No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି । ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।
ସେହି ଆଧାରରେ ପରିବର୍ତ୍ତନ ମଧ୍ୟ କରାଯାଉଛି । ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ । ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ । ଯେଉଁ ମଦନୀତି ଥିଲା ସେଥିରେ କିଛି ସଂଶୋଧନ କରାଯିବ । ଯେଉଁ କିଛି ସମସ୍ୟା ରହିଥିଲା,ତାହାର କିପରିସମାଧାନ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।
No Result
View All Result