No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ଠାରୁ ହାତ ଗଣତି ୧୦୦/୧୫୦ ମିଟର ଅନ୍ତରରେ ଅଗ୍ନିଶମ ସେବା କାର୍ଯ୍ୟାଳୟ ଅବସ୍ଥିତ । ବ୍ଲକ ଛକ ନିକଟ ୫୭ନଂ ଜାତୀୟ ରାଜପଥ ସଲଗ୍ନ ଏକ ଗ୍ରାମ୍ୟ କଚ୍ଚା ରାସ୍ତା ରେଳ ଷ୍ଟେସନ ସହିତ ପର୍ଯ୍ୟଟନ ସ୍ଥଳୀ ଭୁଇଁଆଣିପୀଠକୁ ଲମ୍ବିଅଛି । ତେବେ ଏହି କଚ୍ଚା ରାସ୍ତାର ପାର୍ଶ୍ୱରେ କାର୍ଯ୍ୟକ୍ଷମ ରହିଥିବା ରାଜ୍ୟ ସରକାରଙ୍କ ଅଗ୍ନିଶମ ସେବା କାର୍ଯ୍ୟାଳୟଟି ସାଧାରଣ ଲୋକଙ୍କ ବିପର୍ଯ୍ୟୟ ସହିତ ପ୍ରତିଦିନ ଅଂଚଳରେ ଘଟୁଥିବା ଛୋଟ ବଡ଼ ଦୁର୍ଘଟଣା ଗୁଡିକୁ ସାମ୍ନା କରି ଅବିଳମ୍ବେ ସେବା ଯୋଗାଇ ଦେଇ ଆସୁଅଛି । ତେବେ ବର୍ଷାଋତୁରେ ସମ୍ପୃକ୍ତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାର ଅବସ୍ଥା ଏତେ ବେହାଲ ହୋଇପଡ଼ିଛି ଯେକେହି ଏହି ଦୃଶ୍ୟକୁ ନିଜଆଖିରେ ନଦେଖିଲେ ସହଜରେ ବିଶ୍ୱାସକୁ ନେଇ ପାରିବନାହିଁ ।

ବିଶେଷ କରି ଏହି ରାସ୍ତା ଷ୍ଟେସନ ଓ ଭୁଇଁଆଣିପୀଠକୁ ଗମନାଗମନ ପାଇଁ ଏକ ମାତ୍ର ରାସ୍ତା ଥିବାରେ ପ୍ରତିଦିନ ଶହଶହ ଗାଡି ଚଳାଚଳ କରୁଅଛି । ଏହି ରାସ୍ତା ସମ୍ପୂର୍ଣ୍ଣ କଚ୍ଚା ମାଟି ଥିବାରେ ଅସରାଏ ବର୍ଷା ହେଲେ ସାରା ରାସ୍ତା ଗର୍ତ୍ତ, ଗୋହି ଓ କାଦୁଅ ପଚପଚ ସୃଷ୍ଟି ହୋଇ ଗାଡିଚାଳକ,ସାଧାରଣ ବାଟୋଇ,ସ୍କୁଲବସ ତଥା ରେଳଯାତ୍ରୀଙ୍କ ନିମନ୍ତେ ବଡ଼ ସମସ୍ୟା ସୃଷ୍ଟି ହେଉଅଛି।ବିଶେଷ କରି ଅଗ୍ନିଶମ ଗାଡି ସେବା ଯୋଗାଇ ବାରେ ବିଳମ୍ବ ହେବା ପାଇଁ ସମ୍ମୁଖରେ ସୃଷ୍ଟି ହୋଇଥିବା ପୋଖରୀର ଭ୍ରମ ବେଶ ଖୋରାକ ଯୋଗାଇବାରେ ସହାୟକ ହେଉଛି । ଏଣୁ କରି ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତଥା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି କରାଯାଇଛି ।
No Result
View All Result