No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ରାଜ୍ୟରେ ବିଜେପି କ୍ଷମତାସୀନ ପରେ ରାଜ୍ୟର ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ରର ବହୁବିଧ ଉନ୍ନତି ପାଇଁ ସରକାର ସଂକଳ୍ପ ବଦ୍ଧ।ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଓ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ବେଗୁନିଆ ବ୍ଲକ ବାଘମାରିସ୍ଥିତ ବାବା ହଟକେଶ୍ୱରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ନେଇଥିଲେ। ପରେ ପର୍ଯ୍ୟଟନ ମନ୍ତ୍ରୀ ଅଟ୍ରି ଉଷ୍ଣପ୍ରସ୍ରବଣ ପର୍ଯ୍ୟଟନ କ୍ଷେତ୍ରର ବହୁବିଦ୍ଧ ଉନ୍ନତି ନିମନ୍ତେ ୧୦କୋଟି ଅର୍ଥରାଶି ଘୋଷଣା କରିଥିଲେ। ଏହି ଅବସରରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ରାଜ୍ୟ ପରିଷଦ ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକଙ୍କ ନେତୃତ୍ୱରେ ବେଗୁନିଆ ବ୍ଲକ ଗଡମାଣିତ୍ରୀସ୍ଥିତ ରାମଚଣ୍ଡୀପୀଠ,ଗୋଡାସ୍ଥିତ ଲୋକନାଥ ଦେବ ଓ ବରମୂଳେଇ ଓ ସେ ହି ପ ରି ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମାସ୍ଥିତ କୋଶଳାଶୁଣୀ ଶକ୍ତିପୀଠ,ମଣ୍ଡନଗିରିସ୍ଥିତ ରଘୁନାଥଦେବ,
ଝିକୀମିକି ପାହାଡ଼ସ୍ଥିତ ରଘୁନାଥଦେଵ,ବାଙ୍କଇସ୍ଥିତ ପ୍ରସିଦ୍ଧ ଶୈବ ପୀଠ ତାରେଶ୍ୱରଦେବ ଓ ବୋଲଗଡ଼ ସ୍ଥିତ ବୁଢ଼ୀଭୁଇଁଆଣି ପ୍ରଭୃତି ପୀଠ ଗୁଡିକର ବହୁବିଦ୍ଧ ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆ ଯାଇଅଛି ଓ ମନ୍ତ୍ରୀ ପ୍ରମୁଖ ଏହି ଉନ୍ନତିକରଣ ପ୍ରସ୍ତାବ ଗୁଡିକୁ ଆନ୍ତରିକତାର ସହ ଗ୍ରହଣ କରିଛନ୍ତି।ଏହି ପର୍ଯ୍ୟଟନ ଉନ୍ନତି କରଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ବେଗୁନିଆ- ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ, ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର,ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ, ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ,ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ଡଳ ସଭାପତି ସଞ୍ଜୟ ବେହେରା,ବାପି ପାଟ୍ଟଶାଣୀ, ସୁମନ୍ତ ପ୍ରଧାନ,ସଞ୍ଜୟ ମହାପାତ୍ର,ଅଜିତ ପଟ୍ଟନାୟକ(ଚଇ),ଜଗବନ୍ଧୁ ମୁଦୁଲି,ବିନୋଦ ମହାରଣା,ମାନସ ମହାପାତ୍ର,ସଞ୍ଜୟ ପ୍ରଧାନ ଜିଲ୍ଲା ସଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ପ୍ରତାପ ମହାପାତ୍ର,ଲକ୍ଷ୍ମୀଧର ବଳିଆରସିଂହ ପ୍ରମୁଖ ପ୍ରଭୃତି ଉପସ୍ଥିତ ଥିଲେ ।
No Result
View All Result