No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ଚଳିତ ମାସ ଅଗଷ୍ଟ ମାସ ୧୫ ତାରିଖରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଵାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ପଂଚାୟତ ସମିତି କାର୍ଯ୍ୟାଳୟର ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ ହୋଇଛି । ଏଥିରେ ତହସିଲଦାର ତାପସ ବିଶିଙ୍କ ଆବାହକତ୍ବ ଓ ଶିକ୍ଷା ବିତ ତଥା ବଶିଷ୍ଠ ସାମ୍ବାଦିକ ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି,ବିଡ଼ିଓ ଲକ୍ଷ୍ମୀଧର ସାହୁ,ଉପନିବନ୍ଧକ ଅମିତ କୁମାର ସେଠୀ,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଟିପିସିଓଡିଏଲର ଉପଖଣ୍ଡ ଅଧିକାରୀ ଇଂଜିନିୟର ଗୌରାଙ୍ଗ ଚନ୍ଦ୍ର ମଣ୍ଡଳ,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରକାନ୍ତି ନାୟକ, 
ଲକ୍ଷ୍ମୀ ଦେଇ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ଓ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲୀପ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ଵାଧିନତା ଦିବସ ପାଳନର ରୂପରେଖ ପ୍ରସ୍ତୁତ କରିବା ସହ ୫ ଗୋଟି ସାଂସ୍କୃତିକ ଦଳ ଓ ୧୩ ଗୋଟି ବିଦ୍ୟାଳୟରୁ ମୋଟ ୩୭୫ ଜଣ ଛାତ୍ର/ଛାତ୍ରୀ ଦେବେ ବୋଲି ନିଷ୍ପତି ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସରପଂଚ ସତ୍ୟ ନାରାୟଣ ପ୍ରଧାନ,ଆରତ ମାଝୀ, କରୁଣାକର ଦଳସିଂହରାୟ, ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ,ସୁଶାନ୍ତ କୁମାର ମହାପାତ୍ର ଓ ନବ କିଶୋର ଖୁଣ୍ଟିଆ ପ୍ରମୁଖଙ୍କ ସମେତ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ ।ଶିକ୍ଷକ ଅଖିଳେଶ କୁମାର ମହାପାତ୍ର ସଂଯୋଜନା କରିଥିବା ବେଳେ ଶିକ୍ଷକ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result