No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ସଂପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ମିହିର କୁମାର ବଳିୟାରସିଂହଙ୍କ ଦ୍ୱାରା ସଂପୁର ଆଶାକର୍ମୀ ପ୍ରତିମା ସାହୁଙ୍କ ସହାୟତାରେ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀ ମାନଙ୍କ ହିମୋଗ୍ଲୋବିନ ପରୀକ୍ଷା ଶିକ୍ଷକ ଦୀପ୍ତିରଞ୍ଜନ ଦାସ, ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁଙ୍କ ତତ୍ତ୍ୱ୍ୱାବଧାନରେ କରାଯାଇଥିଲା । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ କହିଥିଲେ ୫ବର୍ଷରୁ ୧୧ବର୍ଷ ବୟସର ପିଲାଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା ୧୧.୫ଗ୍ରାମ/ଡେସିଲିରୁ ଅଧିକ ଏବଂ ୧୨ ବର୍ଷରୁ ୧୪ବର୍ଷ ବୟସ୍କ ପିଲାଙ୍କ ରକ୍ତରେ ହିମୋଗ୍ଲୋଵିନ ମାତ୍ରା ଅତିକମରେ ୧୨ଗ୍ରାମ /ଡେସିଲି ହେବା ଆବଶ୍ୟକ ।
୫ରୁ ୧୪ବର୍ଷର ପିଲାର ରକ୍ତରେ ଏହି ମାତ୍ରା ୮ରୁ କମ ହେଲେ ସାଙ୍ଘାତିକ ଏନିମିଆ ହୁଏ । ହାତ ଶେତା ପଡିବା, ଥକ୍କା ଲାଗିବା, କାମ କରିବାକୁ ଇଚ୍ଛା ନ ହେବା ଓ ଦୁର୍ବଳ ଲାଗିବା ଆଦି ଏନୋମିଆର ଲକ୍ଷଣ ବୋଲି ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ ଏବଂ ଶିକ୍ଷକ ଅଂଶୁମାନ ଧଳ ଜଣାଇଥିଲେ ।ଉକ୍ତ ଲକ୍ଷଣ ପ୍ରକାଶ ପାଇଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାପାଇଁ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ ବିଦ୍ୟାର୍ଥୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର, ନମିତା ସାହୁ ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର କହିଥିଲେ ଡାଲିମ୍ବ, ଅମୃତଭଣ୍ଡା ଆଦି ଲାଲ ଫଳ, ପାଳଙ୍ଗ ଶାଗ, 
ସଜନା ଶାଗ ପରି ଲୌହଯୁକ୍ତ ଖାଦ୍ୟ ଗ୍ରହଣ କଲେ ରକ୍ତରେ ହିମୋଗ୍ଲୋବିନ ମାତ୍ରା ବୃଦ୍ଧିପାଏ. ସମୁଦାୟ ୧୯୮ ଜଣ ବିଦ୍ୟାର୍ଥୀଙ୍କ ରକ୍ତରେ ହିମୋଗ୍ଲୋବିନ ମାତ୍ରା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇଜଣ ପିଲାଙ୍କର ଏହି ମାତ୍ରା ୬.୧ଏବଂ ୭.୧ ଗ୍ରାମ /ଡେସିଲି ହେବାବେଳେ ଅନ୍ୟ ୧୯୬ଜଣଙ୍କର ମାତ୍ରା ଠିକ ଥିବାର ସୁଚନା ଶିକ୍ଷୟିତ୍ରୀ ସୌଦାମିନି ପରିଡ଼ା ଦେଇଥିଲେ । ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧି, ସ୍ନେହଲତା ପାଇକରାୟ ଏବଂ ସମ୍ବିତ କେଦାର କର ଉକ୍ତ କାର୍ଯ୍ୟକାମ ପରିଚାଳନା କରିଥିଲେ ।ଶିବ ପ୍ରଧାନ ସ୍ୱାସ୍ଥ୍ୟକର୍ମୀ ଶ୍ରୀ ବଳିୟାରସିଂହ ଆଶାକର୍ମୀ ଶ୍ରୀମତୀ ସାହୁଙ୍କୁ କୃତଜ୍ଞତା ଜଣାଇଥଲେ ।
No Result
View All Result