୨୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ ;-> ବାଣପୁର ବାଲୁଗାଁ ରୋଟାରୀ କ୍ଳବର ଅଧିଷ୍ଠାନ ଉତ୍ସବ ବଡକୂଳସ୍ଥିତ ଓଡି ଆର୍ଟ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ନନ୍ଦକିଶୋର ମିଶ୍ର ନୂତନ ସଭାପତି ଶ୍ୟାମସୁନ୍ଦର ପୃଷ୍ଟିଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଥିବା ବେଳେ ପୂର୍ବତନ ସଂପାଦକ ବିପ୍ଲବ କୁମାର ମୁଦୁଲି ନୂତନ ସଂପାଦକ ଅଶୋକ କୁମାର ନାୟକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ପରେ ସଂପାଦକ କ୍ଲବ ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରିବା ସହିତ ଆଗାମୀ ଯୋଜନା ବିଷୟ ରେ ବିବରଣୀ ଦେଇଥିଲେ।

ଏଥିରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ର ପ୍ରାକ୍ତନ ପ୍ରା୍ନ୍ତପାଳ ଦେବାଶୀଷ ମିଶ୍ର, ସମ୍ମାନିତ ଅତିଥି ଭାଵରେ ଚିଲିକା ବନ୍ଯପ୍ରାଣୀ ଡିଭିଜନର ଡିଏଫଓ ଅମ୍ଳାନ ନାୟକ ଓ ଅତିରିକ୍ତ ପ୍ରାନ୍ତପାଳ ଵନ୍ଦିତା ତ୍ରିପାଠୀ ଯୋଗଦେଇ ବିଗତ ୩୭ ବର୍ଷରେ କ୍ଳବ ଦ୍ବାରା ହୋଇ ଥିବା କାର୍ଯ୍ୟ ମାନଙ୍କର ପ୍ରଶଂସା କରିଵା ସହିତ ବରିଷ୍ଠ ସଭ୍ଯ ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମ ପ୍ରକାଶ ଅଗ୍ରୱାଲ, ଵିଜୟ କୁମାର ନନ୍ଦଙ୍କ ଯଥେଷ୍ଟ ଅବଦାନ ରହିଛି ବୋଲି କହିଥିଲେ।ପୂର୍ବତନ ସଭାପତି ଅନଙ୍ଗଭୀମ ବିଶ୍ବାଳ, ଧୀରେନ୍ଦ୍ରନାଥ ପାତ୍ର, ରଵିନାରାୟଣ ନାୟକ, ଗୋପାଳଚନ୍ଦ୍ର ନାୟକ ଅତିଥି ପରିଚୟ ଦେଇଥିଲେ।















