No Result
View All Result

୨୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ଼ ଶିକ୍ଷା ବ୍ଲକ୍ଅନ୍ତର୍ଗତ କଳାଙ୍ଗ ପଞ୍ଚାୟତସ୍ଥ କାହ୍ନୁଚରଣ ନୋଡାଲ୍ ହାଇସ୍କୁଲରେ ପ୍ରାକ୍ତନ ପ୍ରଧାନଶିକ୍ଷକ ହରିବନ୍ଧୁ ସାହୁଙ୍କ ସଭାପତିତ୍ବରେ ଦିବାକର ହୋତା ମେମୋରିଆଲ୍ ଶିକ୍ଷା ପୁରସ୍କାର ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ମେଡିକାଲ୍ କଲେଜର ପ୍ରଫେସର୍ ଡାକ୍ତର ଶରତ ଚନ୍ଦ୍ର ଜୟସିଂହ, ମୁଖ୍ୟବକ୍ତା ଭାବରେ ନୟାଗଡ କଲେଜର ପ୍ରଫେସର୍ କେଶବ ଚନ୍ଦ୍ର ରାଉତରାୟ ଓ ସମ୍ମାନିତ ଅତିଥି ଭାବେ ବୋଲଗଡ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ କୈଳାସଚନ୍ଦ୍ର ସ୍ବାଇଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ପ୍ରାରମ୍ଭରେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିକୃତିରେ ପ୍ରଦୀପ ଜାଳି ଉତ୍ସବକୁ ଉଦ୍ଘାଟନ କରିବା ସହିତ ବିଦ୍ୟାଳୟର ପ୍ରତିଷ୍ଠାତା-ସଂପାଦକ ସ୍ବର୍ଗତ ଦିବାକର ହୋତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ଗାନ କରିଥିଲେ । ଦିବାକର ହୋତା ମେମୋରିଆଲ୍ ଟ୍ରଷ୍ଟର ସଂପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏ ଅଞ୍ଚଳର ୨୦୨୪ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଗଦାଧର ଏକାଡେମୀ, ମାଣିକାଗୋଡା, ଚତୁର୍ଭୂଜ ହାଇସ୍କୁଲ, ସଂପୁର ଓ କଳାଙ୍ଗ ହାଇସ୍କୁଲର ଏକାଦିକ୍ରମେ ୧୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର,
ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଶୁଭଲକ୍ଷ୍ମୀ ମହାପାତ୍ର, ସୁବ୍ରତ କୁମାର ଦାସ, ଜ୍ୟୋତିରଂଜନ ଦାସ, ରିତେଶ କୁମାର ସ୍ବାଇଁ, ଶୁଭଜିତ୍ ସ୍ବାଇଁ, ସୂର୍ଯ୍ୟ ପ୍ରତାପ ସୁବୁଦ୍ଧି, କାଜଲ ବେହେରା, ଧର୍ମଶ୍ରୀ ବୁଦ୍ଧାଦିତ୍ୟ, ପ୍ରଣତି ସାହୁ, ସୂଚୀସ୍ମିତା ପ୍ରଧାନ, ଶୁଭଶ୍ରୀ ଦାସ, କୃଷ୍ଣଚନ୍ଦ୍ର ସାହୁ ଓ ଗଣେଶ୍ବର ଭୋଇ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀମାନେ ସହଯୋଗ କରିଥିଲେ । ପ୍ରଧାନଶିକ୍ଷକ ଯୋଚିନ୍ଦ୍ର ଦାଶ ଓ ସହକାରୀ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ଶିକ୍ଷକ ରାଜକିଶୋର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result