No Result
View All Result
୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ପଞ୍ଚାୟତ, କୁଦପାଟଣା ସ୍ଥିତ ପ୍ରସିଦ୍ଧ ମା, ବାରଭୂଜାଙ୍କ ବାସନ୍ତିକ ନବ ରାତ୍ର ପୂଜା ଆରମ୍ଭ ହୋଇଅଛି । ମଙ୍ଗଳ ବାର ପୂର୍ବାହ୍ନ ୯ଟାରେ ପୁଣ୍ୟ ତୋୟ। ପ୍ରାଚୀ ନଦୀରୁ ଶଙ୍ଖ, ଘଣ୍ଟା ଘଣ୍ଟ ଆଦି ପାରମ୍ପରିକ ବାଦ୍ୟ ରୋଳ ମଧରେ ପବିତ୍ର ଜଳ ଉତ୍ତୋଳନ କରିବା ପରେ ମା,ପୀଠରେ ଘଟ ସ୍ଥାପନ କରାଯାଇଥିଲା ।
ପଣ୍ଡିତ ନରେନ୍ଦ୍ର ମହାପାତ୍ରଙ୍କ ପୋରୋହିତ୍ୟରେ ଶୋତନ୍ତ୍ର ଆଳତୀ ସହ ପୂଜା, ଆହୂତି, ଓ ଚଣ୍ଡୀପାଠ ପାରମ୍ପରିକ ଅନୁଷ୍ଟିତ ହେଉଅଛି । ମହାଷ୍ଟମୀ ଦିନ ସୂତନ୍ତ୍ର ଆହୁତି, ପୂଜାପାଠ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମା, ବାରଭୂଜାଙ୍କ ବାସନ୍ତୀଙ୍କ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି ।

No Result
View All Result