No Result
View All Result
୧୦ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲିପାଟଣା :-> ଭୁବନେଶ୍ୱର ଉପଖଣ୍ଡ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ ପଞ୍ଚାୟତ, କୁଦପାଟଣା ସ୍ଥିତ ପ୍ରସିଦ୍ଧ ମା, ବାରଭୂଜାଙ୍କ ବାସନ୍ତିକ ନବ ରାତ୍ର ପୂଜା ଆରମ୍ଭ ହୋଇଅଛି । ମଙ୍ଗଳ ବାର ପୂର୍ବାହ୍ନ ୯ଟାରେ ପୁଣ୍ୟ ତୋୟ। ପ୍ରାଚୀ ନଦୀରୁ ଶଙ୍ଖ, ଘଣ୍ଟା ଘଣ୍ଟ ଆଦି ପାରମ୍ପରିକ ବାଦ୍ୟ ରୋଳ ମଧରେ ପବିତ୍ର ଜଳ ଉତ୍ତୋଳନ କରିବା ପରେ ମା,ପୀଠରେ ଘଟ ସ୍ଥାପନ କରାଯାଇଥିଲା ।ପଣ୍ଡିତ ନରେନ୍ଦ୍ର ମହାପାତ୍ରଙ୍କ ପୋରୋହିତ୍ୟରେ ଶୋତନ୍ତ୍ର ଆଳତୀ ସହ ପୂଜା, ଆହୂତି, ଓ ଚଣ୍ଡୀପାଠ ପାରମ୍ପରିକ ଅନୁଷ୍ଟିତ ହେଉଅଛି । ମହାଷ୍ଟମୀ ଦିନ ସୂତନ୍ତ୍ର ଆହୁତି, ପୂଜାପାଠ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମା, ବାରଭୂଜାଙ୍କ ବାସନ୍ତୀଙ୍କ ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି ।
No Result
View All Result