No Result
View All Result
୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ବଡ଼କୁମାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିକେଶର ଗାଁ ମହୋତ୍ସବ ପ୍ରସ୍ତୁତି ବୈଠକ ଶୁକ୍ରବାରଦିନ ଖୋର୍ଦ୍ଧାଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ତଥା କୃଷକ ନେତା ପକାଶ ଚନ୍ଦ୍ର ରାଉତରାୟଙ୍କ ସଭାପତିତ୍ୱରେ ହରିକେଶର ଗ୍ରାମ କୋଠ ଘରଠାରେ ଅନୁଷ୍ଠିତ ହୋଇଯାଇଅଛି ! ଏହି ବୈଠକରେ ହରିକେଶର ଗ୍ରାମର ବାସୁଦେବ ପରିଡା, ଅର୍ଜୁନ ଜେନା, କୈଳାଶ ମହାରଣା, କେଦାର ଭୂଇଁଆ, ଗୋବିନ୍ଦ ବେହେରା, ଖଲିକୋଟ ଗ୍ରାମର ମଳୟ ପଣ୍ଡା, ନିତ୍ୟାନନ୍ଦ ପଣ୍ଡା, ଶ୍ରୀଚନ୍ଦନପୂର ପାଟଣାର ରବୀନ୍ଦ୍ର ମାଝୀ,

ସନ୍ତୋଷ ମାଝୀ, ଶିକ୍ଷାବିତ ଗୌରାଙ୍ଗ ଛୋଟରାୟ ପ୍ରମୁଖଙ୍କ ସମେତ ବହୁ ଜନସାଧାରଣ ବୈଠରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ! ଚଳିତ ବର୍ଷ ହରିକେଶର ଗାଁ ମହୋତ୍ସବକୁ ନୃତ୍ୟ, ଗୀତ, କଳା, ସାହିତ୍ୟ, ସଂସ୍କୃତି,ପରମ୍ପରା ଓ଼ ଅତୀତର ଗାଁ ସ୍ମୃତି ମାଧ୍ୟମରେ ସରସ ସୁନ୍ଦର ତଥା ଉଚ୍ଚ କୋଟିର କରିବାକୁ ସର୍ବ ସଂମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ! ଏହି ମହୋସବକୁ ଆକ୍ରଷଣୀୟ କରିବା ପାଇଁ ସମ୍ବଲପୁରୀ ନୃତ୍ୟ, ଘୁମୁରା ନୃତ୍ୟ, ଜଟଣୀ ପାଇକ ଆଖଡ଼ା , ବାଘ ନାଚ, ଗୋଟିପୁଅ ନାଚ, ବଲାଙ୍ଗୀର ଦୁଲୁଦୁଲି ନାଚ ଆଦି ବିଭିନ୍ନ ପ୍ରକାରର ଷ୍ଟଲ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଅଛି !
ଏହି ମହୋତ୍ସବରେ ସହଯୋଗ କରିବା ସହିତ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ବୋଲଗଡ଼ ଥାନା ଅଧିକାରିଣୀ ସିଗ୍ଧlମୟୀ ବରାଡ଼ ପ୍ରତିଶୃତି ଦେଇଛନ୍ତି ! ହରିକେଶର ଗାଁ ମହୋତ୍ସବ ଚଳିତ ମାସ 20 ତାରିଖ ଠାରୁ 22ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଘୋଷଣା କରିଛନ୍ତି ! ପରିଶେଷରେ ମହୋତ୍ସବ କମିଟିର ଆବାହକ ତଥା ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

No Result
View All Result