No Result
View All Result
ବିକାଶ ପଥେ ବଡ଼କୁମାରୀ ଗ୍ରାମପଞ୍ଚାୟତ
୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ବିଜୁ କଲ୍ୟାଣ ମଣ୍ଡପଠାରେ ବଡ଼କୁମାରୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱପନେସ୍ୱର ବେହେରାଙ୍କ ଆବାହକତ୍ୱରେ ଓ଼ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ପଞ୍ଚାୟତସ୍ତରୀୟ ” “ଆମଓଡ଼ିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଯାଇଅଛି ! ଏହି ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବୋଲଗଡ଼ ଅତିରିକ୍ତ ମଣ୍ଡଳ ଉର୍ନ୍ନୟନ ଅଧିକାରୀ ଡ଼ଃ ରତିକାନ୍ତ ମିଶ୍ର ,

ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରକାଶ ଚନ୍ଦ୍ର ରାଉତରାୟ ଓ଼ ସମ୍ମାନୀତ ଅତିଥିଭାବେ ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ପ୍ରଧାନ, ବୋଲଗଡ଼ ବ୍ଲକ ପ୍ରକଳ୍ପ ସଂଯୋଜକ ବିଶ୍ୱଜିତ ସାହୁ ପ୍ରମୁଖ ଯୋଗଦେଇ ଜଗତର ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ଫୁଲ, ଚନ୍ଦନ ଓ଼ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି ପଞ୍ଚାୟତସ୍ତରୀୟ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବଡ଼କୁମାରୀ ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ସୟଂ ସହାୟକ ଗୋଷ୍ଠୀ , ମିଶନ ଶକ୍ତି, ଅଙ୍ଗନବାଡି,

ଆଶାକର୍ମୀ, ଯୁବଗୋଷ୍ଠୀ ସମିତି ସଭ୍ୟ /ସଭ୍ୟା, ୱାର୍ଡ ସଭ୍ୟ ଜିଲ୍ଲାପରିଷଦ ସଭ୍ୟ ଓ଼ ପଞ୍ଚାୟତର 5 ହଜାରରୁ ଉର୍ଦ୍ଧ ମହିଳା କର୍ମୀମାନେ ଯୋଗଦେଇଥିଲେ ! ଆସନ୍ତା 2024 ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ଼ ବିଜେଡି ଦଳର ପ୍ରାର୍ଥୀଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଶ୍ରୀ ରାଉତରାୟ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ! ଏହି ପଞ୍ଚାୟତସ୍ତରୀୟ ସଚେତନତା ଶିବିର (ଆମ ଓଡିଶା, ନବୀନ ଓଡିଶା )କାର୍ଯ୍ୟକ୍ରମକୁ ପଞ୍ଚାୟତର ସମସ୍ତ କର୍ମଚାରୀ,

ୱାର୍ଡ ମେମ୍ବର ସଭ୍ୟ /ସଭ୍ୟlମାନେ ଉପସ୍ଥିତ ରହି ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ ! ରାଜ୍ୟ ସରକାରଙ୍କ ଦ୍ୱାରା ବଡ଼କୁମାରୀ ଗ୍ରାମ ପଚାୟତର ବିକାଶ ପଥେ ବହୁ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଇଅଛି ବୋଲି ମୁଖ୍ୟଅତିଥି ଡ଼ଃ ରତିକାନ୍ତ ମିଶ୍ର ଲୋକମାନଙ୍କୁ ସୂଚନା ଦେଇଥିଲେ ! ପରିଶେଷରେ ପଞ୍ଚାୟତର ଜିଆରଏସ ପ୍ରଦୀପ କୁମାର କହଲସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

No Result
View All Result