No Result
View All Result
୧୬ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଆସନ୍ତା କାଲି ତା ୧୭ରିଖ ଠାରୁ ତା୧୯ ରିଖ ପର୍ଯ୍ୟନ୍ତ ଖଣ୍ଡଗିରି ପନ୍ଥିକା ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବିଂ ସ୍ଵେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଖଣ୍ଡଗିରି ଉଦୟଗିରି ମହୋତ୍ସବ ଅନୁଷ୍ଠିତ ହେଉଛି। ଅନୁଷ୍ଠାନ ର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ।
କୋକିଳା ଡାନ୍ସ ଏକାଡେମୀ ପକ୍ଷରୁ ସଡ଼ରିପୁ ନୃତ୍ୟ ପରିବେଷଣ କରିବେ ପରେ ସୂର୍ ସାଗର ମ୍ୟୁଜିକାଲ ଗ୍ରୁପ ର କଳାକାର ସହିତ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ପ୍ରଜ୍ଞା ହୋତା,ଆଶୁତୋଷ ମହାନ୍ତି, ସତ୍ୟଜିତ ପ୍ରଧାନ,ଭଗ୍ୟଶ୍ରୀ ମହାନ୍ତି ସଙ୍ଗୀତ ପରିବେଷଣ ହେବା ସହ,ଅର୍ ଡି ଏକ୍ସ ଡ୍ୟାନ୍ସ ଗ୍ରୁପ ଦ୍ଵାରା ଆଧୁନିକ ନୃତ୍ୟ ପରିବେଷଣ ଏବଂ ମଧୁମିତା, ମୁନମୁନ ସିଂ, ମାନସୀ ମିଶ୍ର ପ୍ରଭୁତି ଉପସ୍ଥାପିକା ଙ୍କ ଦ୍ଵାରା ତିନିଦିନ ଧରି କାର୍ଯ୍ୟକ୍ରମ ହେବବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।


No Result
View All Result