ଅଧିକାରୀ ମାନେ ଲିଜଧାରୀଙ୍କୁ ପ୍ରଦାନ କରାଯାଇ ଥିବା ସମସ୍ତ ଦଲିଲ ପତ୍ର,ମଞ୍ଜୁରୀ ଓ ଅନୁମତି ପାଇଥିବା ପରିମିତ ଅଞ୍ଚଳର ଭୁ-ନକ୍ସା,ସିମେଣ୍ଟ ଖୁଣ୍ଟ ଓ ଉତ୍ତୋଳନ ସ୍ଥଳ ସହ ବାଲି ପ ରିବହନ ହେଉଥିବା ରାସ୍ତା ବୁଲି ଦେଖିବା ସହ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଓ ତଦନ୍ତ କରିଥିଲେ। ସରକାରୀ ନିର୍ଦ୍ଦେଶନାମା,ସର୍ତ୍ତାବଳୀ ସହ ସମସ୍ତ ନୀତିନିୟମ ଅନୁସାରେ ଲିଜଧାରୀ ପାକିଡି ବାଲି ଶଯ୍ୟାରୁ ବାଲି ଉତ୍ତୋଳନ ହେଉଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ନିର୍ଦ୍ଧାରିତ ଅଞ୍ଚଳ ବାହାରେ ହେଉଥିବା ବାଲି ଉତ୍ତୋଳନ ଏଵଂ ପରିବହନ ନେଇ ଉଠିଥିବା ଅଭିଯୋଗର କୌଣସି ବାସ୍ତବତା ଓ ସତ୍ୟତା ନାହିଁ ବୋଲି ତଦନ୍ତ କରୁଥିବା ଅଧିକାରୀ ମାନେ ସୂଚନା ଦେଇଥିଲେ। ଅନ୍ୟ ଏକ ପ୍ରସଙ୍ଗ ହେଲା,
ଯେଉଁ କିଛି ମୁଷ୍ଟିମେୟ ବ୍ୟକ୍ତି ଏଭଳି ବିବାଦୀୟ ପ୍ରସଙ୍ଗ ଉପରେ ଅଭିଯୋଗ ଉତଥାପନ କରିଥିଲେ ମିଳିତ ତଦନ୍ତ ବେଳେ ସେମାନଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ଗତ ଜାନୁଆରୀ ୯ ତାରିଖରେ ଏଭଳି ଏକ ଅଭିଯୋଗ ଉପରେ ବିଭାଗୀୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗକାରୀ ମାନେ ସେତେବେଳେ ମଧ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏଭଳି ଭିତ୍ତିହୀନ ଅଭିଯୋଗ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ମୁଷ୍ଟିମେୟ ବ୍ୟକ୍ତି ପ୍ରଶାସନକୁ ବିଭ୍ରାନ୍ତି କରିବା ସହ ନିଜ ସ୍ୱାର୍ଥ ହାସଲ ଦିଗରେ ଏଭଳି ମନ୍ଦ ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ରଚୁଥିବା ଜଣାପଡ଼ିଛି।

© 2023 Odisha Taza News.