No Result
View All Result
୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା କିଛି ଦିନ ହେବ ଏବେ ବି ରହିଛି ମହାବଳ ବାଘ । ଗତ ୨୨ ତାରିଖରେ ରାୟଗଡା ବ୍ଳକରେ ଗାଇକୁ ଶିକାର କରିଥିଲେ । ତା ‘ ପରେ ଆଉ କୌଣସି ସନ୍ଧାନ ମିଳିନଥିଲା । ବାଘ ବନ ବିଭାଗ ସହ ଲୁଚକାଳି ଖେଳୁଛି ମହାବଳ । ଗୋଟିଏ ପରେ ଗୋଟିଏ ଗାଇ ଶିକାର କରିବାରେ ଲାଗିଛି । ଆର,ଉଦୟଗିରି ବନ ବିଭାଗର ପରିମଳ ବିଟ୍ ରେ ରବିବାର ଓ ସୋମବାର ଦୁଇଦିନ ହେବ ବାଘ ଜଙ୍ଗଲରେ ବୁଲୁଥିବା ଅଞ୍ଚଳବାସୀ ଅଭିଯୋଗ ହେଉଛି । ଗୋଟିଏ ଗାଇକୁ ଖାଇ ଦେବା ସ୍ଥାନୀୟ ସରପଞ୍ଚଙ୍କୁ ବନ ବିଭାଗକୁ ଜଣାଇଲେ । ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି ।

ଏହି ବିଷୟ ଜାଣିବା ପରେ ସେହି ଗ୍ରାମକୁ ବନ ବିଭାଗର ରେଞ୍ଜର ସେହି ଗ୍ରାମ ଜାଇ ତଦନ୍ତ କରିବା ସହ ରେଞ୍ଜର ଉମାଶଙ୍କର ବିଷୋୟୀ ଓ ତାଙ୍କ ଷ୍ଟାପ ସେହି ଗ୍ରାମରେ ସଚେତନତା କରିଥିଲେ । ସୁଚନା ଅନୁଯାୟୀ ମହାରାଷ୍ଟ୍ରରୁ ଆସିଥିବା ମହାବଳ ବାଘ ଗତ ୨୦ ତାରିଖରେ ଗଜପତି ଉପକଣ୍ଠରେ ଥିଲି । ପର ଦିନ ଗଜପତିରେ ପ୍ରବେଶ କରି ୩୦ କିମି ଦୂର ଅତିକ୍ରମ କରି ରାୟାଗଡା ବ୍ଳକ ଅଁଳାବର ଗ୍ରାମରେ ପହଞ୍ଚିଥିଲେ । ରାତିରେ ଗୋଟିଏ ଗାଇକୁ ୨ ମିଟର ଷୋଷରି ନେଇ ପାହାଡ ଉପରେ ଖାଇଥିଲା । ଶେଷ ଥର ପାଇଁ ୨୨ ତାରିଖରେ ବନ ବିଭାଗ ତାର ପାଦ ଚିହ୍ନଟ କରିଥିଲା ।

ତା ‘ ର ଠାରୁ ଆଉ ବାଘର ପତ୍ତା ମିଳିନଥିଲା କି ପାଦ ଚିହ୍ନ ମିଳିନଥିଲା । ଖଣ୍ଡ ମଣ୍ଡଳ ବନ ବିଭାଗ ପକ୍ଷରୁ ସଚେତନ କରାଯାଇଥିଲା । ବନ ବିଭାଗ ଟିମ୍କୁ କୌଣସି ସୁରାଗ ମିଳିନଥିଲା । ୪ ଦିନ ପରେ ଆର, ଉଦୟଗିରି ଥାନା ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ଅନୁଗୁରୁ ପଞ୍ଚାୟତ ଉଆମା ଗ୍ରାମରେ ଗ୍ରାମ ଠାରୁ ଦୁଇ କିଲୋମିଟର ଗାଇ ଗୁହାଲ ବନ୍ଧା ଯାଇଥିଲା ସେହି ଗାଇକୁ ବାଘ ମାରିଥିବା ବନ ବିଭାଗ ଖବର ପାଇଥିଲା । ପୂର୍ବହ୍ନ ୧୦ଟା ରେଞ୍ଜର ଉମାଶଙ୍କର ବିଷୋୟୀ, ପରୀମଳ ଫରେଷ୍ଟ ପ୍ରଦୀପ ଚୌଧୂରୀ, ମୋଜେସ ଶବର, ନୁଆଗଡ ଫରେଷ୍ଟ ସୁଶାନ୍ତ ନାୟକ, ଫରେଷ୍ଟ ଗାର୍ଡଙ୍କ ସମେତ ଏକ ଟିମ୍ ଉଆମା ଗ୍ରାମରେ ପହଞ୍ଚିଥିଲେ । ଗାଇର ଗୁଡ , ମୁଣ୍ଡ ଆଦି ଛିନ୍ଭିନ୍ ହୋଇ ପଡିଛି । ଗାଁ ଠାରୁ ୨ କିଲୋମିଟରରେ ଦୂରରେ ପ୍ରାୟ ୬ଟି ଗୋରୁ ବନ୍ଧା ହୋଇଥିଲା ସେଥିରୁ ୩ଟି ଗୋରୁକୁ ଶିକ


No Result
View All Result