୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ବେଳକୁ ବେଳ ଜାତୀୟ ରାଜପଥ ଓ ନୂଆଜଗନ୍ନାଥ ସଡ଼କରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଘଟିବା ସହ ଅମାନିଆ ଙ୍କ ଯୋଗୁଁ ଦୁର୍ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି | ତେଣୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲା ପୁଲିସର ନିର୍ଦ୍ଧେଶ କ୍ରମେ

ଆଜି ସଂନ୍ଧ୍ୟାରେ ଜଙ୍କିଆ ପୁଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଗୋଡିପଡା ଟୁଲଗେଟ ଠାରେ ଓ ନିରାକାରପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖ ନୂଆଜଗନ୍ନାଥ ସଡ଼କ ଉପରେ ଗାଡି ମୋଟର ସବୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା |

ଯାଞ୍ଚବେଳେ ୨ଚକିଆ ଯାନ ଚାଳକ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ସହ ହେଲମେଟ ଓ ଅନ୍ୟାନ୍ୟ ଯାନ ମାନଙ୍କୁ ମଧ୍ୟ ଚେକିଂ କରାଯାଇଥିଲା | କେତେକ ଅମାନିଆ ଚାଳକ ମାନଙ୍କ ଠାରୁ ଜୋରିମାନା ମଧ୍ୟ କରାଯାଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ଓ ନିରାକାରପୁର ଥାନା ଅଧିକାରିଣୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି |
















