No Result
View All Result
୧୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଆଇକନିକ ସ୍ଵାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ, ଆଦିବାସୀ ନେତା ଧର୍ତୀ ଆବା ଭଗବାନ ବୀର୍ସା ମୁଣ୍ଡାଙ୍କ ଜନ୍ମଦିବସ ଉପଲକ୍ଷେ, ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ କରଯାଇଛି । ଖୋର୍ଦ୍ଧାରୋଡ୍ ସ୍କାଉଟ୍ସ ଏବଂ ଗାଇଡ୍ ପିଲାମାନଙ୍କ ଦ୍ୱାରା ବିର୍ସା ମୁଣ୍ଡାର ଜୀବନ ଇତିହାସ ଉପରେ ଆଧାରିତ ଏକ ପଥ ପ୍ରାନ୍ତ୍ୟ ନାଟକ ଆୟୋଜନ କରାଯାଇଥିଲା ।

ଶ୍ରୀ ଅର୍ ଏନ ଏ ପରିଡ଼ା ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଉତ୍ସବକୁ ପାଳନ କରି ମଣ୍ଡଳ ପକ୍ଷରୁ ଆସନ୍ତା ସପ୍ତାହରେ ପ୍ରବନ୍ଧ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ଫ୍ୟାନ୍ସି ଡ୍ରେସ୍ ପ୍ରତିଯୋଗିତା, ରେଳବାଇ ସ୍କୁଲ୍ ପିଲାମାନଙ୍କ ଦ୍ୱାରା ଆଦିବାସୀ ସଂଘ୍ରାଳୟ ପରିଦର୍ଶନ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରଯାଇଛି।

No Result
View All Result