• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମନଇଚ୍ଛା ପାର୍କିଂ : ଅଣାୟତ ହେଉଛି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା

Proprietor Abhimanyu Maharana by Proprietor Abhimanyu Maharana
November 10, 2023
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ମନଇଚ୍ଛା ପାର୍କିଂ : ଅଣାୟତ ହେଉଛି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା
Share on FacebookShare on TwitterWhatsapp

୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଅଯଥା ଭିଡ଼ କମାଇବା, ସୁରକ୍ଷିତ ଓ ନିରାପଦ ଯାତାୟାତ ବ୍ୟବସ୍ଥା ନିୟନ୍ତ୍ରଣ କରିବା ପାଇଁ ସହରାଞ୍ଚଳରେ ରହିଛି ଟ୍ରାଫିକ ପରିଚାଳନା ବ୍ୟବସ୍ଥା।କିନ୍ତୁ ଏଠି ସବୁକିଛି ନିୟନ୍ତ୍ରଣ ବାହାରେ ଚାଲିଥିବା ପରି ମନେ ହୁଏ।ଯେତେବେଳେ ଯେଉଁ ଥାନା ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରନ୍ତି ସେତେବେଳେ ସହରରେ ଟ୍ରାଫିକ ଓ ଅଞ୍ଚଳରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପ୍ରାଥମିକତା ଓ ଗୁରୁତ୍ୱ ପ୍ରଦାନ ଦିଆଯିବ ବୋଲି ବିବୃତି ଦିଅନ୍ତି।କିନ୍ତୁ ଗତ କିଛି ଦିନ ଧରି କଥା ଅପେକ୍ଷା ବାସ୍ତବ କ୍ଷେତ୍ରରେ କାମରେ ଉପଯୋଗ କରିବା ଏବେ ବ୍ୟତିକ୍ରମ ଘଟିଛି ।

ସହରର ବିଭିନ୍ନ ପ୍ରମୁଖ ସମସ୍ୟା ମଧ୍ୟରେ ଟ୍ରାଫିକ ପରିଚାଳନାର ବିକଳଚିତ୍ର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଛି।ଆଉ ଟ୍ରାଫିକ ବ୍ୟବସ୍ଥା ସତେ ଯେପରି ଅଣାୟତ ବାହାରକୁ ଚାଲି ଯାଇଛି।ଏଭଳି ଉତ୍କଟ ସମସ୍ୟା ଭିତରେ ଅଣ ନିଶ୍ୱାସୀ ହୋଇ ପଡୁଛନ୍ତି ସାଧାରଣ ଜନତା।ଏଭଳି ଅବ୍ୟବସ୍ଥାର ବାସ୍ତବ ଦୃଶ୍ୟ ଦେଖିବାକୁ ମିଳିଛି ଜନଗହଳି ପୂର୍ଣ୍ଣ ହିଞ୍ଜିଳିକାଟୁ ସହରରେ।ଭୋର ସକାଳୁ ରାତି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଅନବରତ ଭାବେ ଏଭଳି ସମସ୍ୟା ଭିତରେ ଗତି କରୁଛନ୍ତି ଅସୁରକ୍ଷିତ ଜନତା। ଟ୍ରାଫିକ ସମସ୍ୟା ଏବେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର ପ୍ରମୁଖ କାରଣ ପାଲଟିଛି।ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ଥିବା ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାରୁ ସାଧାରଣରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।

ସଡ଼କ ନିୟମକୁ ଖୋଲାଖୋଲି ଭାବେ ଉଲଘଂନ କରି ରାସ୍ତାରେ ପାର୍କିଂ କରାଯାଉଛି । ଫଳରେ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଅଣାୟତ ହୋଇପଡ଼ିଛି । ବିଶେଷକରି ସହରର ମୁଖ୍ୟ ଛକ ଗୁଡ଼ିକରେ ଏଭଳି ବିଷମ ପରିସ୍ଥିତ ସୃଷ୍ଟି ହେଉଛି । ହେଲେ ଦୀର୍ଘ ଦିନ ଧରି ସମସ୍ୟାର ସମାଧାନ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି । ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଓ ଟ୍ରାଫିକ ପୋଲିସ ମୃତୟନ କରାଯାଉଛି ।

ପରିତାପର ବିିଷୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଞ୍ଚଳରେ ଟ୍ରାଫିକ ବ୍ୟବସ୍ଥା ସ୍ଥିତି ଗମ୍ଭୀର ହୋଇଥିବା ସତ୍ତ୍ୱେ କୌଣସି ପ୍ରକାର ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳର ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ସଦାସର୍ବଦା ଚଳ ଚଞ୍ଚଳ ପରିବେଶ ସୃଷ୍ଟି ହୋଇଥିଲା ବେଳେ ପାର୍କିଂ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି । ସହରର ବଇଁଚବଣିଆ, ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ବସ ଟର୍ମିନାଲ, ବ୍ଳକ ଛକରେ ଟ୍ରାଫିକ ସମସ୍ୟା ଗୁରୁତର ରହିଥିବା ବେଳେ ଉକ୍ତ ସ୍ଥାନ ମାନଙ୍କରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।

ସହରର ମୁଖ୍ୟ ରାସ୍ତା ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ରହିଛି । ରାତି ପାହିଲେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତି ଗ୍ରାମାଞ୍ଚଳରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାର କାରବାର ସକାଶେ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି ଏବଂ ନିଜ ନିଜର ଗାଡ଼ି ମୋଟରକୁ ବେଆଇନ ତଥା ମନଇଛା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପାର୍କିଂ ରାସ୍ତା ସଙ୍କୁଚିତ କରିଥାନ୍ତି ।

ସହର ମଧ୍ୟରେ ଥିବା କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ପାର୍କିଂ ଜୋନ ଭାବେ ଚିହ୍ନଟ ହୋଇ ନ ଥିବା କାରଣରୁ ବହୁ ସମୟରେ ଜାତୀୟରେ ୪ ଓ ୬,୧୨,୧୪ଏପରିକି ବାହାର ରାଜ୍ୟର ୧୬ ଚକିଆ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଘଣ୍ଟା ଘଣ୍ଟା ଧରି ବେଆଇନ ଭାବେ ଅନ ଲୋଡିଂ ଓ ପାର୍କିଂ କରିଥାନ୍ତି । ଯଦ୍ୱାରା ସହର ମଧ୍ୟରେ ଯାନବାହନ ଚଳାଚଳ ସହ ସାଧାରଣ ଲୋକଙ୍କ ଯିବା ଆସିବାରେ ନାନା ସମସ୍ୟା ଦେଖାଦେବା ସହ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଥିଲା ।

୨୦୧୦ ମସିହାରେ କାର୍ଯ୍ୟରତ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କ ମଧ୍ୟରୁ ଜଣେ ଟ୍ରାଫିକ କନେଷ୍ଟବଳ ପଦୋନ୍ନତି ପାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବେଳେ ୨୦୧୨ ମସିହାରେ ଅନ୍ୟ ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା । ଦିନକୁ ଦିନ ସ୍ଥାନୀୟ ସହରାଞ୍ଚଳରେ ଗାଡ଼ି ମୋଟର ସଂଖ୍ୟା ବହୁଳ ପରିମାଣରେ ବଢି ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୁଁ ସ୍ଥାନୀୟ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ହିଞ୍ଜିଳି ପୁଲିସ ପକ୍ଷରୁ କେବଳ ଜଣେ ମାତ୍ର ଟ୍ରାଫିକ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି ।

କିନ୍ତୁ ସ୍ଥିତି ଯଥା ପୂର୍ବମ ତଥା ପରଂ ନୀତିରେ ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେଉଛି।ପୂର୍ବରୁ ପରିବା ବଜାର ଓ ବସ ଟର୍ମିନାଲ ପରିସରରେ ଜଣେ ଲେଖାଏଁ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଥିଲା । ହେଲେ ବି ଟ୍ରାଫିକ ବ୍ୟବସ୍ଥା ସୁଧୁରିବାର ନାଁ ଗନ୍ଧ ନାହିଁ। ଏ ଦିଗରେ ସ୍ଥାୟୀ ସମାଧାନ ସହ ପୋଲିସ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।
 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version