No Result
View All Result
୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଇପଡା କ୍ରସର ଛକ ଠାରୁ କଦମ୍ବୋଝୋଲା କାଳିଆଟାଙ୍ଗି ମୂଖ୍ୟ ରାସ୍ତା ଗ୍ରାମ୍ୟ ପଧାନମନ୍ତୀ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଥିବା ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇ ପଡିଛି । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଉକ୍ତ ରାସ୍ତାକୁ ଠିକାଦାର ଏମ୍ ଏସ୍. ରଘୁନାଥ କନ୍ ଷ୍ଟ୍ରକ୍ ସନ୍ ଦ୍ୱାରା କାର୍ଯ୍ୟ କରୁଥିବା ଵେଳେ ଏହାର କାର୍ଯ୍ୟାଦେଶ ର ଅବଧି ସମୟ ସିମା ୪/୩/୨୦୨୨ ରୃ ଆରମ୍ଭ ହୋଇ ପ୍ରାୟ ୩/୩/୨୦୨୩ ସମୟ ଧାର୍ଯ୍ୟ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବା କଥା ।

କିନ୍ତୁ ଠିକାଦାର ତାର ଖାମ୍ ଖିଆଲ ମନୋବୃତ୍ତି ତଥା ଵେଖାତିର କରିବା ସହିତ ନିଜକୁ ଅତି ବାହୁଵଳି ଭାବି ବାରମ୍ବାର ଅଭିଯୋଗ ଆଣିଥିବା ଗ୍ରାମର ପମୂଖ ବ୍ୟକ୍ତି ଓ ସାଧାରଣ ଲୋକମାନ ଙ୍କୁ ଭୂଇଁଆ ଵୁଲେଇ ଆଜକୁ ପ୍ରୟ ୧୦ ମାସ ହେବ କାମ ବନ୍ଦ କରି ଚାଲିଯାଇଛି। କାମ ଅଧାପାନ୍ତିରିଆ, ନିମ୍ନ ମାନର ହୋଇ ଥିବାରୁ ସେହି ରାସ୍ତା ଉପରୁ ବଡ ବଡ ମେଣ୍ଟାଲ ଚିପ୍ ସ ବାହାରି ରାସ୍ତା ସମ୍ପୂର୍ଣ୍ଣ ଭାବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ରାଇପଡା, ବରପଲ୍ଲି, ଅର୍ଜୁନପୁର, କିଆପଲ୍ଲା, ପଟିଆ, ବଳରାମପୁର, ନାକିଠଣା, ବନ୍ଧପଲ୍ଲା,ଖଣ୍ଡିସ୍,ରଣପୁର ଆଦି ଗ୍ରାମର ପ୍ରାୟ ଦୈନଦିନ ୨୦଼଼୦୦ରୁ ଊର୍ଦ୍ଧ ଲୋକ ଯାତାୟତ କରନ୍ତି।
ନିକଟରେ ଚାନ୍ଦପୁର ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବା ରୁ ଵେପାର ବଣିଜ କରି ଜୀବନ ନିର୍ବାହ କରୁଥିବା ଵ୍ୟକ୍ତି ମାନଙ୍କ ପାଇଁ ଏହା ବାଧାପ୍ରାପ୍ତ ହୋଇଛି।ସ୍କୁଲ, କଲେଜ
ସରକାରୀ, ଵେସରକାରୀ କର୍ମଚାରୀ ମାନେ ନାନାଦି ପ୍ରକାର ଅସୁବିଧା ରେ ସମ୍ମୁଖିନ ହେଉଛନ୍ତି। ବୃଦ୍ଧ-ବୂଦ୍ଧା ମାନେ ପଡି ଖଣ୍ଡିଆ ଖାକରା ହେଲଣି । ତତ୍କାଳୀନ ସମୟରେ ଆମ୍ବୁଲାନ୍ସ କି ଦମ୍ କଳ ଟିଏ ଆସିବା କଷ୍ଟକର ହୋଇପଡୁଛି । ଏହାର ଅଟକଳ ୬,୪୭,୩୫,୩୯୩ ରାଜକୋଷରୁ ଵ୍ୟୟଵରାଦ କରାଯାଇଥିବା ବେଳେ ଏଭଳି ହଇରାଣ ହରକତ ହେଲା ସରକାରଙ୍କ ପାଖେ ଏକ ନିନ୍ଦନୀୟ ଵୋଲି ଵୁଦ୍ଧିଯିବୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ପ୍ରତିକାର ପାଇଁ ଵିଭାଗିୟ କର୍ତୃପକ୍ଷ ଙ୍କୁ ଦାବୀ କରଛନ୍ତି ।

No Result
View All Result