No Result
View All Result
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ବଡ଼ ନୁଆଗାଁ ମୌଜାରେ ଅବସ୍ଥିତ ଆଇଆଇଟି ଯିବା ରାସ୍ତାର ବିଜୁପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପଛପଟେ ସ୍ଥାୟୀ କୋର୍ଟ୍ ବିଲ୍ଡିଂ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓଡିଶା ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ଡ଼ ବିଦ୍ୟୁତ ରଞ୍ଜନ ଷଡଙ୍ଗୀଙ୍କ କରକମଳରେ ଆଜି ଶନିବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ପ୍ରାଶାସନିକ ବିଚାରପତି ଜଷ୍ଟିସ୍ ଦେବବ୍ରତ ଦାସ, ଖୋର୍ଦ୍ଧାଜିଲ୍ଲା ଦୌରା ଜଜ ନିଶିଥ୍ ନିଶଙ୍କ, ଜଟଣୀ ଜେଏମ୍ଏଫସିର ବିଚାରପତି ହିତାଶ୍ରୀ ବେହେରା, ହାଇକୋର୍ଟର ରେଜିଷ୍ଟାର ପ୍ରମୁଖ ଯୋଗ ଦେଇଥିଲେ l ଏତଦବ୍ୟତୀତ ଖୋରଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ,

ଡେପୁଟି କମିଶନର ଅଫ ପୁଲିସ ପ୍ରତୀକ ସିଂ,ବିଡିଓ ରଶ୍ମୀତା ନାଥ, ତହସିଲଦାର ପ୍ରୀତି ପର୍ଣ୍ଣା ମିଶ୍ର, ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ସମେତ ଜଟଣୀ ବାରଆସୋସିଏସନ୍ ଓ ଲୟର୍ସ ଆସୋସିଏସନ୍ ର ବହୁ ଆଇନଜୀବୀ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

No Result
View All Result