No Result
View All Result
୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଦୈନିକ ସମ୍ବାଦପାତ୍ର ସକାଳର ସାମ୍ବାଦିକ ପ୍ରକାଶ କୁମାର ସୁବୁଦ୍ଧିଙ୍କ ମାଆ ଶ୍ରୀମତୀ ଲେଖନ ସୁବୁଦ୍ଧି ( ୭୭ ବର୍ଷ) ଙ୍କ ଆଜି ଅପରାହ୍ନରେ ନା ଚୁଣୀ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ସେ ଜଣେ ଧର୍ମ ପରାୟଣ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିବାରୁ ସାଧାରଣରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ଖାଲେଶ୍ୱର୍ ସୁବୁଦ୍ଧି,ଚାରି ପୁତ୍ର,ପୁତ୍ରବଧୂ, ଝିଅ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।

ଗ୍ରାମ୍ୟ ଶ୍ମଶାନ ଠାରେ ତାଙ୍କ ଶବ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ପ୍ରମୋଦ କୁମାର ସୁବୁଦ୍ଧି ମୂଖାଗ୍ନି ଦେଇଥିଲେ । ଚିଲିକା ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସମ୍ପାଦକ ପ୍ରଦୋଷ କୁମାର ଦାସ ଓ ସଭ୍ୟ ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶଵାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶ୍ରୀମତୀ ଲେଖନ ସୁବୁଦ୍ଧିଙ୍କ ବିୟୋଗରେ ଚିଲିକା ଜର୍ଣାଲିଷ୍ଟ ୟୁନିୟନର ସଭାପତି ଭିକାରୀ ଚରଣ ପ୍ରଧାନ,ସାମ୍ବାଦିକ ଦିଲ୍ଲୀପ କୁମାର ଶତପଥୀ, ସାମ୍ବାଦିକ ମନୋଜ କୁମାର ବରାଳ ଓ ସାମ୍ବାଦକ ଲିଟନ ଛୋଟରାୟ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

No Result
View All Result