No Result
View All Result
୧୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ନିଜ ଝିଅ ବଞ୍ଚିଥିବାବେଳେ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି ପରିବାର ଲୋକେ । କେନ୍ଦ୍ରାପଡା ଘଟଣା ପରି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ସଞ୍ଜୁ ସାହୁ ଓ ସହଦେବ ସାହୁଙ୍କ ପରିବାରରେ ଘଟିଛି । ଗତ ଶନିବାର ସହଦେବ ସାହୁଙ୍କ ସାନ ଝିଅ ଚାନ୍ଦିନୀ ସାହୁ ଘରୁ କୁଆଡେ ଚାଲି ଯାଇଥିଲେ । ବହୁଖୋଜା ଖୋଜି ପରେ ସୋସିଆଲ ମିଡିଆରେ ନିଜ ଝିଅ କୌଣସି ଏକ ପୁଅ ସହ ବିବାହ କରିଥିବା ଜାଣିବାକୁ ପାଇଲେ। ଏହି ଖବର ଜାଣିବା ପରେ ସହଦେବଙ୍କ ପାଦ ତଳୁ ମାଟି ଖସିଯାଇଥିଲା।
ସହଦେବ ଜଣେ ଛୋଟ ଜଳଖିଆ ବେପାରୀ। ଅନେକ କଷ୍ଟ ସହି ନିଜ ପରିବାର ପୋଷଣ କରି ଆସୁଥିଲେ। ଅନେକ ସପ୍ନ ଦେଖି ନିଜ ଝିଅକୁ ପୁଅ ଭଳି ପାଳି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢାଇଥିଲେ। ହେଲେ ଅଳ୍ପ କେଇଦିନ ଭିତରେ ସେହି ସ୍ବପ୍ନକୁ ନିଜ ପାଦରେ ଦଳି ଅନ୍ୟ ଜାତି ପୁଅର ହାତ ଧରି କୋର୍ଟରେ ବିବାହ କଲେ ଚାନ୍ଦିନୀ । ହେଲେ ଏପଟ ବାପା ଏହି ଖବର ଜାଣିବା ପରେ ପରିବାର ବର୍ଗ ଓ ସମ୍ପର୍କୀୟଙ୍କୁ ଡାକି ଘରେ ପୁରୋହିତଙ୍କ ଦ୍ୱାରା ନିଜ ଝିଅର ଶୁଦ୍ଧି କ୍ରିୟା କରିଛନ୍ତି । ବଡ ଭଉଣୀ ନନ୍ଦିନୀ ନିଜ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ଭଉଣୀର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।

No Result
View All Result