No Result
View All Result
୧୧ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଗଣ୍ଡାହାତି ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହ ଠାରେ କିଶୋରୀ ଓ କିଶୋର ମାନଙ୍କୁ ନେଇ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ସଚେତନତା କର୍ମଶାଳାରେ ମୁଖ୍ୟତଃ କିଶୋର ଓ କିଶୋରୀ ମାନଙ୍କୁ କିଭଳି ବିଭିନ୍ନ ଦିଗ ଉପରେ ସଚେତନ କରାଯିବା ସହ ସେମାନଙ୍କୁ ସଶକ୍ତିକରଣ କରିବା ଏହାହିଁ ଏହି କର୍ମଶାଳା ମୁଖ୍ୟ ଆଭିମୁଖ୍ୟ l ଏହି କାର୍ଯ୍ୟକ୍ରମରେ “ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର ଶିଶୁ ସୁରକ୍ଷା ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ , ଶିଶୁ ମାନଙ୍କୁ ମୁଖ୍ୟତଃ ସେମାନେ କିପରି ନିଜକୁ ବାଲ୍ୟ ବିବାହ ,
ଶିଶୁ ନିର୍ଯ୍ୟାତନା , ଶିଶୁ ଚାଲାଣ , ଓ ଶିଶୁ ଶ୍ରମିକ ଠାରୁ ଦୂରେଇ ରହିବା ସହ ସୁରକ୍ଷିତ ରହିବେ ସେ ସମ୍ପର୍କରେ ସଚେତନ କରା ଯାଇଥିଲା । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଉଦ୍ଧିଷ୍ଟ ଥିବା ବିଭିନ୍ନ ଶିଶୁ ସମ୍ବନ୍ଧୀୟ ଯୋଜନା ଗୁଡିକ ବିଷୟରେ ସଚେତନତା କରାଇବା ସହ ସେମାନେ କିଭଳି ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରି ସେ ଦିଗରେ ନିଜ ଇଚ୍ଛା ମୁତାବକ ମାଗଣା ତାଲିମ୍ ଶିକ୍ଷା ନେଇ ନିଜେ ରୋଜଗାର-କ୍ଷମ ହୋଇପାରିବେ , ସେ ସମ୍ପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ସମସ୍ତ ଶିଶୁ ତଥା କିଶୋର- କିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ରୋକିବା ନିମନ୍ତେ ଶପଥ ପାଠ କରା ଯାଇଥିଲା । ଏହି ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ରେ ଶତାଧିକ ଶିଶୁ ତଥା କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ। । ଶେଷରେ ଇନ୍ଦୁମତୀ ଦେବୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ “କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ ଫାଉଣ୍ଡେସନ” ଅନୁଷ୍ଠାନ ସହାୟତା କରିଥିବା ବେଳେ ସିସିଡି ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଥିଲା ବୋଲି ” ସିସିଡି” ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଜଗନ୍ନାଥ ରାଜୁ କହିଛନ୍ତି ।

No Result
View All Result