୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର. ଉଦୟଗିରୀ ବ୍ଲକ ଅନ୍ତର୍ଗତ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ମହେନ୍ଦ୍ରଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଓ ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହିଠାରେ ବିଦ୍ୟାଳୟ ସ୍ତରୀୟ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଉକ୍ତ ଅବସରରେ ସକାଳ ସାତ ଘଟିକା ସମୟରେ ମହେନ୍ଦ୍ରଗଡ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପ୍ରାଥମିକ ଚିକିତ୍ସାର ତାତପର୍ଯ୍ୟ ଓ କୌଶଳମାନ ପ୍ରଦର୍ଶନ କରାଯାଇଥିଲା l

ଏଣୁ ଏହି ଅବସରରେ ସମ୍ବଳ ସାଧନ କର୍ମୀ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା JRCO ଶ୍ରୀ ସଞ୍ଜୀବ କୁମାର ଦାସ ଓ ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହ୍ଲାଦ ଶିଅଳ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସିଦ୍ଧାର୍ଥ ଶଙ୍କର ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ l ପୁନଶ୍ଚ ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ଼ ଠାରେ ଆୟୋଜିତ ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କେ. ଭେଙ୍କଟରମଣଙ୍କ ସଭାପତିତ୍ୱରେ ଏବଂ ଶ୍ରୀ ବନମାଳୀ ବଡରଇତଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ସଞ୍ଜୀବ କୁମାର ଦାସ ଓ ଶ୍ରୀ ପ୍ରହ୍ଲାଦ ଶିଅଳ ଆଦି ସମ୍ବଳ ସାଧନ କର୍ମୀ ମାନେ ପ୍ରାଥମିକ ଚିକିତ୍ସା ଓ ତାହାର ବିଭିନ୍ନ କୌଶଳମାନ ପ୍ରଦର୍ଶନ କରିଥିଲେ l କାଉନସେଲର ଶ୍ରୀ ବଦ୍ରିନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
ଉକ୍ତ ଦିବସର ଶେଷ ପର୍ଯ୍ୟାୟରେ ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହିଠାରେ ଆୟୋଜିତ ହୋଇଥିବା ଶିବିରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରାଙ୍କ ସଭାପତିତ୍ବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତରେ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ସଂଜୀବ କୁମାର ଦାସ ଓ ଶ୍ରୀ ପ୍ରହ୍ଲାଦ ଶିଅଳ ଆଦି ସମ୍ବଳ ସାଧନ କର୍ମୀ ମାନେ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ପ୍ରାଞ୍ଜଳଭାବେ ବୁଝାଇବା ସହ ବ୍ୟାଣ୍ଡେଜ ଓ ବିଭିନ୍ନ କୌଶଳ ମାନ ପ୍ରଦର୍ଶନ କରିଥିଲେ l ସମ୍ବଳ ସାଧନ କର୍ମୀ ମାନଙ୍କ ଶିକ୍ଷାଦାନ ପଦ୍ଧତି ଉଚ୍ଚକୋଟିର ଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ କାଉନସେଲର ଧନ୍ୟବାଦ ଅର୍ପଣ କରିଥିଲେ l















