• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱରର ସହୀଦନଗର ଜମି ଘୋଟାଲା

Proprietor Abhimanyu Maharana by Proprietor Abhimanyu Maharana
July 9, 2023
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଭୁବନେଶ୍ୱରର ସହୀଦନଗର ଜମି ଘୋଟାଲା
Share on FacebookShare on TwitterWhatsapp

ଓଡ଼ିଶା ସରକାର ଓ ବରିଷ୍ଠ ଅଧିକାରୀ ମିଶି ଭୁବନେଶ୍ୱରର ସହୀଦନଗର ଜମି ଘୋଟାଲା କାରବାରର ସଂପୃକ୍ତ – ପ୍ରଦେଶ କଂଗ୍ରେସ ଓଡ଼ିଶା ସରକାରଙ୍କର ଡିଏନ ହୋମସ୍ ପ୍ରୀତି ଏତେ ଅଧିକ କାହିଁକି ଏହା ପଛର କାହାଣିର ଖୋଲାସା- କଂଗ୍ରେସ

୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :- ଓଡ଼ିଶା ସରକାର ସଂପୂର୍ଣ୍ଣ ସ୍ୱଛ ଏବଂ ମୁଖ୍ୟମନ୍ତ୍ରୀ ଦୁର୍ନୀତି ଠାରୁ ବହୁ ଦୂରରେ ବୋଲି ବାରମ୍ବାର କହିବୁଲୁଥିବା ସରକାର ପ୍ରକୃତ ଚିତ୍ର ଅଲଗା କିଛି । ଏ ଶତାବ୍ଦୀର ସବୁଠାରୁ ବଡ଼ ଜମି ଦୁର୍ନୀତି ନବୀନ ପଟ୍ଟନାୟକ ସରକାର ଦ୍ୱାରା କରାଯାଇଛି ବୋଲି ସମସ୍ତ ପ୍ରମାଣ ସହିତ ପ୍ରଦେଶ କଂଗ୍ରେସର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ପ୍ରକାଶଥାଉକି ରାଜ୍ୟ ସରକାର ସହୀଦନଗର ମହର୍ଷି କଲେଜ ପାଖରେ ଥିବା ୭ ଏକର ୭୯୭ ଡିସିମିଲ ଜମି ମଧ୍ୟରୁ ୪ ଏକର ୧୪୬ ଡିସିମିଲ ଜମି ଉପରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ବିଶେଷ କରି ବସ୍ତିରେ ରହୁଥିବା ବାସହୀନ ପରିବାରବର୍ଗଙ୍କ ପାଇଁ ସ୍ଲମ ରିହାବିଲିଟେସନ ପ୍ରୋଜେକ୍ଟରେ ଶାନ୍ତି ନଗର ଆବାସଯୋଜନା ଏକ ପିପିପି ମୋଡ଼ରେ କରିଛନ୍ତି ।

ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଡିଏର ଅଥରଟି ଏବଂ ପ୍ରାଇଭେଟ ପାଟର୍ନର ଆକାରରେ ରାଜ୍ୟ ସରକାର ପାରମିତା ସ୍ମାର୍ଟ ଇନଫ୍ରା ପ୍ରାଇଭେଟ ଲିମିଟେଡ ସହିତ ଏକ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏହି ଆବାସ ଯୋଜନା ପାଇଁ ଯେଉଁ ପ୍ରାଇଭେଟ ପାଟର୍ନରକୁ ସ୍ଥିର କରିଛନ୍ତି ସେ କମ୍ପାନୀଟି ୨୦୧୭ ମସିହା ମେ ମାସ ୪ ତାରିଖ ଦିନ ରେଜିଷ୍ଟରର ଅଫ କମ୍ପାନୀଦ୍ୱାରା ଏ କମ୍ପାନୀ ରେଜିଷ୍ଟ୍ରେସନ ହୋଇଥିଲା । ଏ କମ୍ପାନୀର ପୂର୍ବରୁ କୌଣସି ପ୍ରକାର ରିଅଲଷ୍ଟେଟ କ୍ଷେତ୍ରରେ ବଡ଼ ବଡ଼ କୋଠା ବନାଇବାର ଅଭିଜ୍ଞତା ନାହିଁ । ଏ କମ୍ପାନୀର ମୁଖ୍ୟ କାମ ବଡ଼ ବଡ଼ ମେସିନକୁ ଭଡ଼ା ସୂତ୍ରରେ ଲଗାଇବା । ଏହି କମ୍ପାନୀର ସମୁଦାୟ ପୁଞ୍ଜି ଏକଲକ୍ଷ ଟଙ୍କା । କିନ୍ତୁ ସହଦୀନଗର ଶାନ୍ତିନଗର ଆବାସଯୋଜନା ପ୍ରକଳ୍ପରେ ୧୩ଟି ଫ୍ଲାଟ ଯେଉଁଥିରେ କି ପାଖାପାଖି ୬୦୦ ପରିବାର ରହିବେ ତାହା ଏ କମ୍ପାନୀ କିଭଳି ଏକଲକ୍ଷ ଟଙ୍କା ପୁଞ୍ଜି ବିନିଯୋଗ କରି ନିର୍ମାଣ କାମ କରିଥାନ୍ତା..? କାହିଁକି ଓ କେଉଁ ପରିସ୍ଥିତିରେ ବିଡ଼ିଏର ଅଧିକାରୀ ତଥା ରାଜ୍ୟ ସରକାରଙ୍କର ସହରାଂଚଳର ବିକାଶ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ବୃନ୍ଦ ଏଭଳି ଏକ କମ୍ପାନୀ ସହିତ ଚୁକ୍ତି ସ୍ୱାକ୍ଷର କଲେ..?

ଏହା ପଛରେ ପ୍ରକୃତ ରହସ୍ୟ କ’ଣ? ଏ କମ୍ପାନୀ ଗଠନ ହେବାର ଅଳ୍ପ କେଇଦିନ ପରେ ଏହି କମ୍ପାନୀକୁ ଓଡ଼ିଶାର ଡିଏନହୋମସ୍ ଲିମିଟେଡ ଟେକଓଭର କରିନେଲେ ଏବଂ ଏ କମ୍ପାନୀର ପରିଚାଳନା ସଂପୂର୍ଣ୍ଣ ଦାୟୀତ୍ୱ ଡିଏନହୋମସ୍ କୁ ଚାଲିଗଲା ଯାହାର ମେନେଜିଂ ଡାଇରେକ୍ଟର ଜଗଦିଶ ନାୟକ ଅଟନ୍ତି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି କମ୍ପାନୀର ତିନି ଜଣ ଡାଇରେକ୍ଟରଙ୍କର ମୋବାଇଲ ନମ୍ବର ସମସ୍ତଙ୍କର ଗୋଟିଏ ନମ୍ବର ଏବଂ ମେଲଆଇଡି କମ୍ପାନୀ ଗଠନ ସମୟରେ ଡିଏନହୋମସ୍‌ ମେଲ ଆଇଡି ଅଛି ଏହା କିପରି ସମ୍ଭବ ହେଲା ? ପାରମିତା ସ୍ମାଟ ଇନ୍‌ଫ୍ରା କମ୍ପାନୀ ଶାନ୍ତି ନଗର ଆବାସ ଯୋଜନା ପ୍ରକଳ୍ପର ଅଳ୍ପ କିଛି କାମ ଆରମ୍ଭ କରି କାମ ବନ୍ଦ କରି ଚାଲିଗଲା । ସରକାର ସେ ସମୟରେ ଏହି ଚୁକ୍ତିପତ୍ରକୁ ବାତିଲ କଲେ ନାହିଁ କାହିଁକି..? ପୁଣି ପରବର୍ତୀ ପର୍ଯ୍ୟାୟରେ ଯେତେବେଳେ ଡିଏନହୋମସ୍ ଏହି କମ୍ପାନୀକୁ ଅଧିଗ୍ରହଣ କଲା ତାପରେ କାର୍ଯ ଜାରି ରଖିବାକୁ ଅନୁମତି କାହିଁକି ଦେଲେ..? ଏଥିରେ କ’ଣ ସ୍ୱାର୍ଥ ଜଡ଼ିତ ରହିଛି ..? ସରକାର ଏବଂ ସରକାରୀ ବାବୁ ମାନେ ପ୍ରକୃତରେ ଏଥିପାଇଁ ଏକ ବୃହତ ଷଡ଼ଯନ୍ତ୍ର ରଚନା କରାଯାଇଛି ।

ପ୍ରକୃତ ଉଦ୍ଦେଶ୍ୟ ଡିଏନହୋମସ୍ ହାତରେ ଏହି ପ୍ରକଳ୍ପକୁ ଟେକିଦେବା ଏବଂ ଏହି ପ୍ରକଳ୍ପ ମାଧ୍ୟମରେ ଡିଏନହୋମସ୍‌କୁ ସହୀଦନଗର ଭଳି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ଦୁଇ ଏକର ୧୦୦ ଡେସିମିଲି ଜମି ସେହି ପ୍ରୋଜେକ୍ଟରେ ଦେବା ଏବଂ ବହୁତଳ ପ୍ରସାଦ କରିବା ମୂଳ ଉଦ୍ଦେଶ୍ୟଥିଲା । ସବୁଠାରୁ ବଡ଼ କଥା ହେଲା ଖୋଦ ମୁଖ୍ୟମନ୍ତ୍ରୀ, ମ୍ୟୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଏ ସମସ୍ତ ଘଟଣା ଜାଣି ମଧ୍ୟ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ପଂହଚାଇବାର ଷଡ଼ଯନ୍ତ୍ର କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ବିଡିଏ ୨୦.୯.୨୦୨୨, ଚିଠି ସଂଖ୍ୟା ୩୩୭୩୨ରେ ପାରମିତା ସ୍ମାଟ ଇନ୍‌ଫ୍ରା ଏସଏନଏ ପ୍ରାଇଭେଟ ଲିମିଟେଡ (ଡିଏନହୋମସ୍‌)ର ୩୬ ମହଲା ବିଶିଷ୍ଟ ଘର କରିବାପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଠି ଦୁଇଟି ଟାୱାର କରାଯିବ । ଗୋଟେ ଗୋଟେ ଟାୱାରରେ ପାଖାପାଖି ୧୦୦ ରୁ ଅଧିକ ୪ କୋଠରି ବିଶିଷ୍ଟ ଏବଂ ୫ କୋଠରି ବିଶିଷ୍ଟ ଘର କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସହଦୀ ନଗର ଅଂଚଳର ଗୋଟେ ସ୍କୋଆରଫୁଟ ଜମିର ବଜାର ମୁଲ୍ୟ ୨୦ ହଜାର ଟଙ୍କାରୁ ଅଧିକ । ଦୁଇ ଏକର ୧୦୦ ଡିସିମିଲ ଜମିର ମୂଲ୍ୟ ପାଖାପାଖି ୧୫୦ କୋଟିରୁ ଅଧିକ ଏବଂ ଯେଉଁ ଘର ଗୁଡ଼ିକ ବନାଯାଉଛି ତାର ବିକ୍ରି ମୂଲ୍ୟ ୪କୋଟି ୬୦ଲକ୍ଷ ବୋଲି ଯାହା ଡିଏନହୋମସ୍‌ର ଏଡଭାଇଟାଇଜମେଂଟ କରୁଛି । ପ୍ରେଜେକ୍ଟର ନାମ ଦେଇଛି କିଙ୍ଗସ୍ ଲ୍ୟାଣ୍ଡ । ଏ ଅଳ୍ପ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଡିଏନହୋମସ୍‌ର ମାଲିକକୁ ନେଇ ବିଦେଶଗ୍ରସ୍ତ କରିଥିଲେ । ରାଜ୍ୟ ସରକାର ଏହି ଡିଏନହୋମସ୍ ଗ୍ରୁପକୁ ୮ ନମ୍ବର ଅଂଚଳରେ ଏକ ହୋଟେଲ କରିବା ପାଇଁ ଏକର ପିଛା ୧ କୋଟି ଜମି ଯୋଗାଇ ଦେଇଥିବା ବେଳେ ସେ ଅଂଚଳ ଜମିର ସରକାରୀ ମୂଲ୍ୟ ଢ଼େର ଅଧିକ । ଏପରିକି ସେହି ଜମି ସାମନାରେ ଥିବା ସରକାରୀ କାର୍ଯ୍ୟାଳୟକୁ ରାଜ୍ୟ ସରକାର ମଧ୍ୟ ଭାଙ୍ଗି ଦେଇ ତାଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ଅମିୟ ପାଣ୍ଡବ ଅଭିଯୋଗ କରିଛନ୍ତି ।

ଶ୍ରୀ ପାଣ୍ଡବ କହିଛନ୍ତି ତାଙ୍କର ଶିଳ୍ପ ସଚିବ ଏବଂ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଯେଉଁ ଦିଆନିଆ ସଂପର୍କ ରହିଛି ତାହାର ସମସ୍ତ ତଦନ୍ତ ହେବା ଉଚିତ । ପ୍ରଦେଶ କଂଗ୍ରେସର ଦାବୀ ହେଉଛି ରାଜ୍ୟରେ ରିୟଲଷ୍ଟେଟକୁ ଠିକ୍‌ ଢ଼ଙ୍ଗରେ ପରିଚାଳନା କରିବାପାଇଁ ରାଜ୍ୟ ସରକାର ରେରା ଗଠନ କଲେ । କୋଟି କୋଟି ଟଙ୍କା ଡିଏନହୋମସ୍‌ରୁ ଠାବ ହେଲାପରେ ମଧ୍ୟ ଏବଂ ଏପରିକି ଶହୀଦ ନଗର ପ୍ରେଜେକ୍ଟର କାମ ଆରମ୍ଭ ପୂର୍ବରୁ ଗ୍ରାହକମାନଙ୍କ ପାଖରୁ ଅଗ୍ରୀମ ଟଙ୍କା ରଖିବା କେତେଦୁର ଠିକ । ଏହା ସଂପୂର୍ଣ୍ଣ ରେରା ଆଇନର ଉଲଙ୍ଘନ କରୁଥିଲେ ମଧ୍ୟ କାହିଁକି ଏହାର ତଦନ୍ତ କରାଯାଉନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ଏଭଳି ଏକ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ଜଣେ ବ୍ୟକ୍ତି ଦ୍ୱାରା ସମ୍ଭବ ନୁହେଁ । ଏଥିରେ ବହୁ ମୁଖ୍ୟମନ୍ତ୍ରୀଙ୍କ ଚର୍ତୁପାଶ୍ୱରେ ବୁଲୁଥିବା ଅଧିକାରୀ ଓ ରାଜନେତାମାନଙ୍କର ଷଡଯନ୍ତ୍ର ଯୋଗୁଁ ଏକ୍ଷତି ହୋଇଛି । ଏଥିପାଇଁ ଏହାର ପୂର୍ଣ୍ଣାଙ୍ଗ ତଦନ୍ତ ସିବିଆଇ ଦ୍ୱାରା କରାଯାଉ ଏବଂ ଏଇ ଦେଣନେଣ ଅର୍ଥ କାରବାରର ଇଡି ଯାଂଚ ହେଉ । ଇଡି ଦ୍ୱାରା ଯାଂଚ ହେଲେ ରାଜ୍ୟର ସ୍ୱାର୍ଥ ରକ୍ଷା ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ

September 28, 2026
ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା

September 28, 2026
ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ଜବତ, ୬ ଗିରଫ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version