ସ୍ବେଛାସେବୀ ସଂସ୍ଥା “ଅବି” ଦ୍ୱାରା ‘ଲୋକ ପ୍ରତିଭା ଉତ୍ସବ’ ପାଳିତ ଓ ଦାତବ୍ୟ ଆୟୁର୍ବେଦ, ପଞ୍ଚ କର୍ମ ଓ ହୋମିଓପାଥିକ ଚିକିତ୍ସାଳୟ ଓ ବ୍ୟାୟାମଶାଳାର ନୂତନ ଭବନ ଲୋକାର୍ପିତ .


ତତସଙ୍ଗେ ସଙ୍ଗେ ଏହି ପ୍ରତିଭା ଉତ୍ସବ ଆନୁକୂଲ୍ୟରେ ଲୋକ ପ୍ରତିଭା ଉତ୍ସବ ଆରମ୍ଭରୁ (2010-11)13ତମ ଉତ୍ସବ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମର ଏକ ଫୋଟୋ ପ୍ରଦର୍ଶନୀକୁ ମଧ୍ୟ ଅତିଥି ମାନେ ଉଦ୍ଘାଟନ କରିଥିଲେ | “ଅବି “ର ମୁଖପତ୍ର “ତପସ୍ୟା”ର ତ୍ରୟୋଦଶ ସଂସ୍କରଣକୁ ଏହି ଅବସରରେ ଅତିଥି ମାନେ ଉନ୍ମୋଚନ କରିଥିଲେ | ଉକ୍ତ ସଂସ୍ଥା 2018ମସିହାରୁ ଉକ୍ତ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଦାତବ୍ୟ ଆୟୁର୍ବେଦ ପଞ୍ଚ କର୍ମ ଓ ହୋମିଓପାଥିକ ଚିକିତ୍ସାଳୟରେ ଗ୍ରାମାଞ୍ଚଳର ସମସ୍ତ ଜନସାଧାରଣଙ୍କୁ ମାଗଣା ଚିକିତ୍ସା ଓ ଔଷଧ ବିତରଣ କରି ଆସୁଛି | ସବୁଠାରୁ ଗୁରୁତ୍ୱପୂର୍ଣ କଥା ଯେ ଏଠାରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀ ମାନେ ବିନା ପାରିଶ୍ରମିକରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ଓ ବିଭିନ୍ନ ସଂସ୍ଥା ଔଷଧ ଯୋଗାଉ ଆସୁଛନ୍ତି |
ନୂତନ ଭବନ ଦ୍ୱାରା ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ବା ପୂର୍ଣ୍ଣାଙ୍ଗ ଚିକିତ୍ସାଳୟରେ ପରିଣତ ହୋଇ ପାରିଛି | ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଏହି ଭବନ ନିର୍ମାଣ ପାଇଁ ପାଣ୍ଠି ବ୍ୟବସ୍ଥା କରିଥିବାରୁ “ଅବି “ପରିବାର ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି | ଉକ୍ତ ଉତ୍ସବରେ ଅଦାନୀ କୋଲ ଇଣ୍ଡିଆର ଓଡିଶା କର୍ପୋରେଟ ମୁଖ୍ୟ ଶ୍ରୀ ମୋତି ପ୍ରସାଦ ରଥ, ସିନେମା ପ୍ରଯୋଜକ ଶ୍ରୀ କେ. ତମନ୍ନା, ପୁରୀ ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲର ପଞ୍ଚକର୍ମ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଡ଼ଃ ଦେବ ପ୍ରସାଦ ଦାଶ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ |
ଅନୁଷ୍ଠାନ ତରଫରୁ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ଶ୍ରୀଯୁକ୍ତ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ଯୁକ୍ତ ତମନ୍ନା, ଶ୍ରୀଯୁକ୍ତ ରଥ, ଡ଼ଃ ବଦେବ ପ୍ରସାଦ ଦାଶ, କବିରାଜ ବିଭୁତି ଭୂଷଣ ଦାଶ, ଶ୍ରୀ ରବୀନ୍ଦ୍ର କୁମାର ମହାନ୍ତି, ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଡ଼ଃ ରମେଶ ଚନ୍ଦ୍ର ଦାଶ, ଡ଼ଃ ମହେନ୍ଦ୍ର କୁମାର ସ୍ବାଇଁ ଓ ମରଣତ୍ତର ଭାବେ କବିରାଜ ସ୍ୱ.ଦୟନୀୟ ମିଶ୍ର ଓ କବିରାଜ ସ୍ୱ. କୃପାସିନ୍ଧୁ ନାୟକଙ୍କୁ ସମାଜ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ମାନପତ୍ର ପ୍ରଦାନ କରାଯାଇଥିଲା |

© 2023 Odisha Taza News.