No Result
View All Result
୮ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ସଦ୍ୟତମ ଫେସନ ଓ ସୌନ୍ଦର୍ଯ୍ୟର ଦୁନିଆରେ ନିଜକୁ ହଜାଇ ଦିଅନ୍ତୁ । କାରଣ ଲାଇଫ୍ଷ୍ଟାଇଲ୍ ଷ୍ଟୋର୍ସ ଆପଣଙ୍କୁ ଷ୍ଟାଇଲିସ୍ ଭାବେ ଉତ୍ସବ ପାଳନ କରିବା ଲାଗି ଆମନ୍ତ୍ରଣ କରୁଛି । ଲାଇଫ୍ଷ୍ଟାଇଲ୍ ଷ୍ଟୋର୍ସ ପକ୍ଷରୁ ସ୍ୱତନ୍ତ୍ର ଉତ୍ସବ ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଗ୍ଲାମରସ୍ ଏଥନିକ୍ ଓୟାରଠାରୁ ଆରମ୍ଭ କରି ସମସାମୟିକ ୱେଷ୍ଟର୍ଣ୍ଣ ପରିଧାନ ଆଦି ସବୁ କିଛି ଏଥିରେ ରହିଛି । ଗ୍ରାହକମାନେ ବ୍ୟାପକ ବର୍ଗମାଳାର ପୋଷାକ, ଫୁଟ୍ଓୟାର, ହାଣ୍ଡ୍ବ୍ୟାଗ୍ ଓ ଆସୋସୋରି ଆଦି ପାଇପାରିବେ । ଉତ୍ସବକୁ ଦୃଷ୍ଟିରେ ରଖି ଉତ୍ସବ ପୋଷାକ ପରିଧାନରେ ଉନ୍ନତି ଆଣିବା ଲାଗି ଏହି ସମ୍ଭାରର ଡିଜାଇନ୍ କରାଯାଇଛି । ଫେସନ୍ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଲାଇଫ୍ଷ୍ଟାଇଲ୍ ପକ୍ଷରୁ ଖ୍ୟାତନାମା ଓଡ଼ିଆ ସେଲିବ୍ରିଟି ଭୂମିକା ଦାଶଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଲାଇଫ୍ଷ୍ଟାଇଲ୍ର ନୂଆ ଉତ୍ସବ ସମ୍ଭାରରୁ କିଛି ପରିଧାନ କରି ଭୂମିକା ଏକ ଭାବ ବିନିମୟ ରିଲ୍ସ ମାଧ୍ୟମରେ ସେଗୁଡ଼ିକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରିଛନ୍ତି । ଲାଇଫ୍ଷ୍ଟାଇଲ୍ରେ ଉପଲବ୍ଧ ବିବିଧତା ଜରିଆରେ ସେ ଅତି ସହଜରେ ନିଜକୁ ଭାରତୀୟ ଓ ୱେଷ୍ଟର୍ଣ୍ଣ ଲୁକ୍ ଭିତରେ ବଦଳାଇ ପାରୁଛନ୍ତି ।
ଲାଇଫ୍ଷ୍ଟାଇଲ୍ ଷ୍ଟୋର୍ସ ସହିତ ସହଯୋଗିତା ସମ୍ପର୍କରେ ଭୂମିକା ଦାଶ କହିଛନ୍ତି ଯେ, “ପୁଣି ଥରେ ଲାଇଫ୍ଷ୍ଟାଇଲ୍ ସହିତ ଯୋଡ଼ିହୋଇଥିବାରୁ ମୁଁ ଅତ୍ୟନ୍ତ ରୋମାଂଚିତ । ମୁଁ ଜଣେ ବିଶ୍ୱସନୀୟ ଗ୍ରାହକ ଏବଂ ଷ୍ଟୋର୍ରେ ଥିବା ଟ୍ରେଣ୍ଡି ଷ୍ଟାଇଲ୍ ଓ ବ୍ରାଣ୍ଡ୍ର ବ୍ୟାପକ ବର୍ଗମାଳା ମୋତେ ବହୁତ ଭଲ ଲାଗେ । ଲାଇଫ୍ଷ୍ଟାଇଲ୍ ପକ୍ଷରୁ ବିଭିନ୍ନ ବର୍ଗରେ ସବୁଠୁ ନୂଆ ଓ ଫେସନେବଲ୍ ସମ୍ଭାର ସୁଲଭ ମୂଲ୍ୟ ମଧ୍ୟରେ ପ୍ରଦାନ କରୁଛି । ନିଜ ଉତ୍ସବ ଋତୁକୁ ସ୍ମରଣୀୟ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ମୁଁ ଫୋରମ୍ ଏସ୍ପ୍ଲାନେଡ୍ ମଲ୍ରେ ଥିବା ଲାଇଭ୍ଷ୍ଟାଇଲ୍ ଷ୍ଟୋର୍ ପରିଦର୍ଶନ କରିବାକୁ ସୁପାରିସ କରୁଛି ।’’ ଲାଇଫ୍ଷ୍ଟାଇଲ୍ର ସହକାରୀ ଉପସଭାପତି-ମାର୍କେଟିଂ ରୋହିଣୀ ହାଲ୍ଦିଆ କହିଛନ୍ତି ଯେ, “ଲାଇଫ୍ଷ୍ଟାଇଲ୍ରେ ଆମେ ନିରନ୍ତର ଭାବେ ଭିନ୍ନ ସପିଙ୍ଗ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯେଉଁଠାରେ ଗ୍ରାହକମାନେ ବିଭିନ୍ନ ବ୍ରାଣ୍ଡ୍ ଓ ବର୍ଗରୁ ନିଜ ପସନ୍ଦରକୁ ଚୟନ କରିପାରିବେ । ଆମର ବିଶ୍ୱାସ ରହିଛି ପ୍ରତି ଉତ୍ସବ ଅବସରରେ ଫେସନ ଉତ୍ସବ ପାଳନ କରାଯିବା ଦରକାର ଏବଂ ତାହାକୁ ଦୃଷ୍ଟିରେ ରଖି ଆମେ ସମସ୍ତଙ୍କ ପାଇଁ ନୂଆ ଓ ଧାରା ସୃଷ୍ଟି କରୁଥିବା ଉତ୍ସବ ଫେସନ୍ ପ୍ରଦାନ କରୁଛୁ ।’’ ଫୋରମ୍ ଏସ୍ପ୍ଲାନେଡ୍ ମଲ୍, ଭୁବନେଶ୍ୱର ସ୍ଥିତ ଲାଇଫ୍ଷ୍ଟାଇଲ୍ ୨୦୨୩ ଜୁନ୍ ୧୬ ପର୍ଯ୍ୟନ୍ତ ଷ୍ଟୋର୍ରେ ୩୫୦୦ ଟଙ୍କାର ସ୍ୱତନ୍ତ୍ର ଲାଇଫ୍ଷ୍ଟାଇଲ୍ ବ୍ରାଣ୍ଡ୍ ସପିଙ୍ଗ୍ ଉପରେ ୭୫୦ ଟଙ୍କାର ଫ୍ଲାଟ୍ ରିହାତି ପ୍ରଦାନ କରାଯାଉଛି ।

No Result
View All Result