• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉପରେ : ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ

Proprietor Abhimanyu Maharana by Proprietor Abhimanyu Maharana
May 1, 2023
in ଓଡ଼ିଶା, ବରଗଡ଼, ହୋମ୍
0
ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉପରେ : ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ
Share on FacebookShare on TwitterWhatsapp

ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାଶ ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି…

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :-  ଚାଷୀଙ୍କ ପାଇଁ କରାଯାଉଥିବା ପ୍ରକଳ୍ପ କୁନେଇ ଏବେ ଖୋଦ ଚାଷୀଙ୍କ ଭିତରେ ଲାଗିରହିଛି ବିରୋଧାଭାଷ | ଚାଷୀଙ୍କ ବିଲକୁ ବେଆଇନ ଭାବେ କୋଡି ପକାଇ ଜମିକୁ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ | ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ | ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ ଏବଂ ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି |

ଠିକା ସଂସ୍ଥା ମାନେ ଚାଷୀ ମାନଙ୍କର ଚାଷ ଜମି ଭିତରେ ପଶି ଚାଷୀର ବିନା ଅନୁମତିରେ , ବିନା ସହମତିରେ ରାତାରାତି ଜମିକୁ ଖୋଲିପକାଇ ଚାଷ ଜମି ନଷ୍ଟ କରିପକାଉଛନ୍ତି ପାଇପ ସଂଯୋଗ କରିବାକୁ | ଗୋଟେପଟେ ରାଜ୍ୟ ସରକାର 2024 ନିର୍ବାଚନକୁ ଆଖିଆଗରେ ରଖି ବିରାଟ ପ୍ରକଳ୍ପ ଲୋକଙ୍କ ପାଖକୁ ଆଣିଥିବା ବେଳେ କିନ୍ତୁ ଅପରପଟେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଠିକ ଓଲଟା ପରିଣତି ପାଇଁ ବିରୋଧୀଙ୍କୁ ଖୁରାକ ଯୋଗେଇଦେଇଛି |

ସୂଚନା ଅନୁଯାୟୀ ଓଡିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର,ବରପାଲି ଓ ସୋହେଲା ବ୍ଲକସହିତ ସୁବର୍ଣପୁର ଜିଲ୍ଲାର ଡ଼ୁଙ୍ଗୁରୀପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତା୨୧.୦୨.୨୦୧୯ ରେ ବିଜେପୁର ଠାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ହୀରାକୁଦ ବନ୍ଧ ଯୋଜନାର ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ ଜଳ ପ୍ରବାହ ସ୍ତର ଠାରୁ ଏହି ଜମି ଗୁଡିକ ଉର୍ଦ୍ଧ୍ଵରେ ଥିବାରୁ ଏହା ଅଣଜଳସେଚିତ ଥିବାରୁ ରାଜ୍ୟ ସରକାର ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଏହି ପ୍ରକଳ୍ପ ର ଯୋଜନା କରିଥିଲେ |ତେବେ ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି ପାଇପ ବିଛାଇବା କାର୍ଯ୍ୟ ସଂପୂର୍ଣ୍ଣ ପାଇଁ M/s Megha Engineering & Infrastructures Limited ନାମକ କମ୍ପାନୀ ଏବଂ L & T Construction କମ୍ପାନୀ ସରକାରଙ୍କ ସହିତ ଚୁକ୍ତିନାମା କରି କାର୍ଯ୍ୟ।ରମ୍ଭ କରିଥଥିଲେ | ତେବେ 15 ଫୁଟର ଗାତ ଖୋଲି 10 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପ କୁ ମାଟିତଳେ ପୋତାଯିବାର ନିୟମ ରହିଛି ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ | ଅନ୍ୟପଟେ ଚାଷୀ ମାନଙ୍କ ସହିତ ଆପୋଷ ଆଲୋଚନା କରାଯାଇ ସମାଧାନ ପୂର୍ବକ ଏହି ପାଇପ ଲାଇନ କାମ କରାଯିବାର ନିର୍ଦେଶନାମା ରହିଛି |

ମାତ୍ର କାମ କରୁଥିବା ଉଭୟ ଠିକା କମ୍ପାନୀ ଚାଷୀଙ୍କ ବିଲକୁ ବେଆଇନ ଭାବେ ପଶି ମନମୁଖୀ ମାଟି ଖୋଲି ଚାଲିଛନ୍ତି ଏବଂ ଚାଷୀ ଏହାକୁ ବିରୋଧ କଲେ ସରକାରଙ୍କ ନିର୍ଦେଶ ଅନୁଯାୟୀ କାମଚାଲିଛି ଏହାକୁ ଅଟକାଇଲେ ଜେଲ ଯିବାକୁ ପଡିବ କହି ଚାଷୀଙ୍କୁ ଭୟଭୀତ କରି ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି | ତେବେ ଚାଷୀର ବିଳରୁ 15 ଫୁଟ ତଳକୁ ମାଟି ଖୋଲାଯାଇ ଉଭୟ ପାର୍ଶ୍ଵରେ ପ୍ରାୟ 80 ଫୁଟ ଚାଷ ଜମିରେ ମାଟି ପକାଇଦିଆଯାଇଛି | ଯାହାଫଳରେ ବିଲରେ ମାଟି ଭର୍ତ୍ତି ହୋଇ ଆଉ ଚାଷ ଉପଯୋଗୀ ହୋଇ ରହିନାହି | ଠିକା କମ୍ପାନୀର ଦାଦାଗିରିରେ ବହୁ ପରିଶ୍ରମରେ କରିଥିବା ଚାଷ ଛାଡିବାକୁ ବାଧ୍ୟ ହେଉଛି ଚାଷୀ| ନିଜ ଆଖି ସାମନାରେ ନିଜ ଫସଲକୁ ମାଟିରେ ମିଶୁଥିବା ଦେଖୁଛି ଚାଷୀ | କମ୍ପାନୀ ର ଏପରି ଅତ୍ୟାଚାରରେ ଅତିଷ୍ଟ ହୋଇ ଚାଷୀକୁଳ ପ୍ରଶାସନର ଦ୍ଵାରସ୍ଥ ହେଲେ ମଧ୍ୟ ଶୁଣୁନାହାନ୍ତି କେହି | ଅନ୍ୟପଟେ ଚାଷୀର ବିଲରେ ମାଡିଥିବା ପାଣି ଗୋଟେ ପଟରୁ ଅନ୍ୟ ପଟକୁ ନଯାଇ ଚାଷ କାମ ସଂପୂର୍ଣ୍ଣ ଠପ ହୋଇପଡିଛି | କମ୍ପାନୀ ନିଜ କାମ ସାରି ଚାଲିଗଲା ପରେ ମଧ୍ୟ ଚାଷୀର ବିଲକୁ ପୁଣି ଚାଷ ଉପଯୋଗୀ କରିବାକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ଏବଂ ଦୀର୍ଘ ସମୟ ଲାଗିବ | ଅନ୍ୟପଟେ କିଛି ସ୍ଥାନରେ ମାଟିତଳେ ପୋତାଯାଇଥିବା ବିରାଟ ପାଣି ପାଇପ ଉପରୁ ମଧ୍ୟ ଦେଖାଯାଉଛି | ତେବେ ସେହି ସ୍ଥାନରେ ଚାଷୀ କିପରି ନିଜ ବିଲରେ ଚାଷକାମ କରିପାରିବ ଏହାକୁ ନେଇ ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କମ୍ପାନୀ ଆଦୌ ସୁନୁନଥିବା ଅଭିଯୋଗ ହୋଇଛି |

ବର୍ତମାନ କାମ ଚାଲିଥିବା ସମୟରେ କମ୍ପାନୀ ର ଯଦି ଏପରି ମନୋଭାବ ତେବେ ପରେ କଣ କମ୍ପାନୀ ଶୁଣିବ ? କମ୍ପାନୀ ମାନଙ୍କର ବେଆଇନ କାର୍ଜ୍ୟାକଳାପ କୁନେଇ M/s Megha Engineering & Infrastructures Limited ନାମକ ଠିକା କମ୍ପାନୀର ପ୍ରୋଜେକ୍ଟ ହେଡ ଭି . ପ୍ରସନ୍ନ ଏବଂ ମେନେଜର ଶ୍ରୀକାନ୍ତ ନାଏକ ନାମକ ଦୁଇ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ଆଦୌ କାର୍ଯ୍ୟାନୁଷ୍ଠାନ ହୋଇନଥିଲା |

ଗଙ୍ଗାଧର ଜଳ ପ୍ରକଳ୍ପ ପାଇଁ ଚାଷୀ ମାନେ ସ୍ୱତଃ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଲେ ଠିକା କମ୍ପାନୀର ଏପରି ଦାଦାଗିରି ଯୋଗୁଁ ଆଜି ଚାଷୀ ମହଲରେ ଅସନ୍ତୋଷ ଲାଗିରହିଛି l ଠିକା କମ୍ପାନୀର ଏପରି କାର୍ଯ୍ୟକଳାପ ପାଇଁ ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି l ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାଶ ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି…

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

March 8, 2026
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version