ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାଶ ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି…
୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :- ଚାଷୀଙ୍କ ପାଇଁ କରାଯାଉଥିବା ପ୍ରକଳ୍ପ କୁନେଇ ଏବେ ଖୋଦ ଚାଷୀଙ୍କ ଭିତରେ ଲାଗିରହିଛି ବିରୋଧାଭାଷ | ଚାଷୀଙ୍କ ବିଲକୁ ବେଆଇନ ଭାବେ କୋଡି ପକାଇ ଜମିକୁ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ | ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ | ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ ଏବଂ ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି |
ତେବେ ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି ପାଇପ ବିଛାଇବା କାର୍ଯ୍ୟ ସଂପୂର୍ଣ୍ଣ ପାଇଁ M/s Megha Engineering & Infrastructures Limited ନାମକ କମ୍ପାନୀ ଏବଂ L & T Construction କମ୍ପାନୀ ସରକାରଙ୍କ ସହିତ ଚୁକ୍ତିନାମା କରି କାର୍ଯ୍ୟ।ରମ୍ଭ କରିଥଥିଲେ | ତେବେ 15 ଫୁଟର ଗାତ ଖୋଲି 10 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପ କୁ ମାଟିତଳେ ପୋତାଯିବାର ନିୟମ ରହିଛି ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ | ଅନ୍ୟପଟେ ଚାଷୀ ମାନଙ୍କ ସହିତ ଆପୋଷ ଆଲୋଚନା କରାଯାଇ ସମାଧାନ ପୂର୍ବକ ଏହି ପାଇପ ଲାଇନ କାମ କରାଯିବାର ନିର୍ଦେଶନାମା ରହିଛି |
କମ୍ପାନୀ ର ଏପରି ଅତ୍ୟାଚାରରେ ଅତିଷ୍ଟ ହୋଇ ଚାଷୀକୁଳ ପ୍ରଶାସନର ଦ୍ଵାରସ୍ଥ ହେଲେ ମଧ୍ୟ ଶୁଣୁନାହାନ୍ତି କେହି | ଅନ୍ୟପଟେ ଚାଷୀର ବିଲରେ ମାଡିଥିବା ପାଣି ଗୋଟେ ପଟରୁ ଅନ୍ୟ ପଟକୁ ନଯାଇ ଚାଷ କାମ ସଂପୂର୍ଣ୍ଣ ଠପ ହୋଇପଡିଛି | କମ୍ପାନୀ ନିଜ କାମ ସାରି ଚାଲିଗଲା ପରେ ମଧ୍ୟ ଚାଷୀର ବିଲକୁ ପୁଣି ଚାଷ ଉପଯୋଗୀ କରିବାକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ଏବଂ ଦୀର୍ଘ ସମୟ ଲାଗିବ | ଅନ୍ୟପଟେ କିଛି ସ୍ଥାନରେ ମାଟିତଳେ ପୋତାଯାଇଥିବା ବିରାଟ ପାଣି ପାଇପ ଉପରୁ ମଧ୍ୟ ଦେଖାଯାଉଛି | ତେବେ ସେହି ସ୍ଥାନରେ ଚାଷୀ କିପରି ନିଜ ବିଲରେ ଚାଷକାମ କରିପାରିବ ଏହାକୁ ନେଇ ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କମ୍ପାନୀ ଆଦୌ ସୁନୁନଥିବା ଅଭିଯୋଗ ହୋଇଛି |

© 2023 Odisha Taza News.