ମୁଖ୍ଯ ଅତିଥି ଶ୍ରୀଯୁକ୍ତ ସାହୁ ସମର୍ପଣ ଗୃହର ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ଯ ବ୍ଯକ୍ତି ବିଶେଷଙ୍କୁ ଅଶେଷ ଧନ୍ଯବାଦ ପ୍ରଦାନ କରିବା ସହିତ ବୃଦ୍ଧାଶ୍ରମ ପରି ଏକ ସାମାଜିକ ସେବା ସଂଗଠନ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିବା ଉପସ୍ଥିତ ବ୍ଯକ୍ତି ମାନଙ୍କୁ ଜଣେ ଜଣେ ସମାଜସେବୀ ବୋଲି ପ୍ରଶଂସା କରିଥିଲେ। ତାସ ଖେଳି ଅଯଥା ସମୟ ଅପଚୟ କରିବା ଅପେକ୍ଷା ସମାଜସେବା କାର୍ଯ୍ୟରେ ନିଜକୁ ସାମିଲ୍ କରିବା ପାଇଁ ଆହ୍ବାନ ଦେଇଥିଲେ । ଏବଂ ସ୍କୁଲ କଲେଜର ପିଲାମାନେ ଏହି ବୃଦ୍ଧାଶ୍ରମ ବୁଲି ଆସନ୍ତୁ ଯଦ୍ବାରା ସେମାନେ ବୁଢ଼ା ବାପା ମାଆଙ୍କ ସେବା କରିବା ପାଇଁ ପ୍ରେରଣା ପାଇପାରିବେ ବୋଲି କହିଥିଲେ। ଏହି ଅନୁଷ୍ଠାନକୁ ସମାଜ ସେବାର ଏକ ପ୍ରୟୋଗଶାଳା ରୂପରେ ପରିଣତ କରିବା ପାଇଁ ମୁଖ୍ଯ ଅତିଥି ଡକ୍ଟର ସାହୁ ଆହ୍ବାନ ଦେଇଥିଲେ ।
ସମର୍ପଣର ଅଭିବୃଦ୍ଧିରେ ଆଉ ଏକ ପାଦ ଆଗକୁ ଯିବା ପାଇଁ ସହଯୋଗ କରିଥିଲେ ଦିଲ୍ଲୀର ସାମାଜିକ ଅନୁଷ୍ଠାନ “ବୃଦ୍ଧ କେୟାର” ସମର୍ପଣର ଦୈନନ୍ଦିନ ବିଦ୍ଯୁତ ଶକ୍ତି ଖର୍ଚ୍ଚ କମାଇଦେବା ନିମିତ୍ତ ସୌର ଶକ୍ତି ଯୋଗାଇଦେବା ପାଇଁ ୦୫ କିଲୋଓ୍ବାଟର ଏକ ସୋଲାର ୟୁନିଟ୍ ଦାନ କରିଛନ୍ତି । ଏହି ସୋଲାର ସିଷ୍ଟମକୁ ମୁଖ୍ଯ ଅତିଥି ଉଦଘାଟନ କରିବା ସହିତ ଦିଲ୍ଲୀ ସ୍ଥିତ ସାମାଜିକ ଅନୁଷ୍ଠାନ “ବୃଦ୍ଧ କେୟାର” କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦାନ କରିବାର ଏକ ପ୍ରକୃଷ୍ଠ ଅନୁଷ୍ଠାନ ହେଉଛି ସମର୍ପଣ ବୋଲି ଅନୁଭବ କରି ସମର୍ପଣ ର ପରିଚାଳନା ପାଇଁ ରୋଟାରିଆନ ସୁବାସ ଚନ୍ଦ୍ର ପଣ୍ଡା ଏକ ଲକ୍ଷ ଏକ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରି ଥିଲା ବେଳେ ସେବା ଅନୁଷ୍ଠାନ ର ସଞ୍ଜୟ କୁମାର ସୁବୁଦ୍ଧି ପଚାଶ ହଜାର ଟଙ୍କା ଅର୍ଥ ରାଶି ମଞ୍ଚାସୀନ ଅତିଥିଙ୍କୁ ପ୍ରଦାନ କରିଥିଲେ ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ,ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମ୍ଯାନେଜର ସୀତାରାମ ପ୍ରଧାନ ସମେତ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ଯକ୍ରମରେ ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପ୍ରୁଷ୍ଟି,ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅମୁଲ୍ଯ କୁମାର ମହାନ୍ତି, ପ୍ରତିଦିନ ସମର୍ପଣ କୁ ପରିବା ଯୋଗାଉଥିବା ପରିବା ବ୍ଯବସାୟୀ ସଂଘ ସଭାପତି ଓ ସଂପାଦକ,
ନୟାଗଡ଼ କ୍ଲବ୍ ର ସଭାପତି ରବୀନ୍ଦ୍ର କୁମାର ସାହୁ, ଭାରତ ବିକାଶ ପରିଷଦ ନୟାଗଡ଼ ଶାଖାର ସଭାପତି ହରେକୃଷ୍ଣ ସାହୁ,ରୋଟାରିଆନ ଆରିଫ୍ ଖାଁ,ପ୍ରଶାନ୍ତ ପଟ୍ଟନାୟକ,ଦୁର୍ଯୋଧନ ସାହୁ,ଶ୍ରୀକାନ୍ତ ପଟ୍ଟନାୟକ, ମଦନମୋହନ ମହାପାତ୍ର,ତାପସକୁମାର ପାଢୀ,ଅଜୟ କୁମାର ପଟ୍ଟନାୟକଙ୍କ ସମେତ ବହୁ ଶିକ୍ଷାବିତ୍ ଓ ସମାଜସେବୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.