୧୯ ଫେବୃଆରୀ ,ରବିବାର (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପଞ୍ଚାୟତ ସମ୍ବଲପୁର , ନଦୀମୁଠା ଅଞ୍ଚଳରେ ଦେଖିବାକୁ ମିଳୁଛି ଦୁଃଖଦ ଘଟଣା ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଭତ୍ତା ପାଉଥିବା ବୃଦ୍ଧା, ବୃଦ୍ଧି, ଅକର୍ମଣ୍ୟ, ବିକଳାଙ୍ଗ ଲୋକଙ୍କ ଆକୁଳ ନିବେଦନ ନିଜ ଅଞ୍ଚଳରେ ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ଟଙ୍କା ପାଇବା ପାଇଁ । ରାଜ୍ୟ ସରକାର ବର୍ତ୍ତମାନ ହିତାଧିକାରୀଙ୍କୁ ବ୍ୟାଙ୍କ୍ ଖାତା ନମ୍ବର ରେ ଭତ୍ତା ଟଙ୍କା ସିଧାସଳଖ ଦେଉଛନ୍ତି କିନ୍ତୁ, ୫୦୦ ଟଙ୍କା ପାଇ ୪୦ କିଲ ମିଟର ଅଟରେ କିମ୍ବା ବସରେ ପଇସା ଖର୍ଚ୍ଚ କରି ବ୍ୟାଙ୍କ୍ କୁ ଯାଇ ଲାଇନରେ ଠିଆ ହୋଇ ଭତ୍ତା ଟଙ୍କା ଆଣିବା ହିତାଧିକାରୀଙ୍କୁ ସମସ୍ୟା ଦେଖାଯାଉଛି ।
ସରକାର ୫୦୦ ଟଙ୍କା ଦେଉଥିବା ଭତ୍ତା ଟଙ୍କା ମାସ ସାରା ଚଳିବା ଏଠି କଷ୍ଟ ହେଉଥିବା ବେଳେ ଏଠି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କିପରି ୫୦୦ ଟଙ୍କା ପାଇ ବୃଦ୍ଧା, ବୃଦ୍ଧ, ଅନ୍ଧ, ଅକର୍ମଣ୍ୟ ଏବଂ ବିକଳାଙ୍ଗ ହିତାଧିକାରୀ ବସ କିମ୍ବା ଅଟରେ ଯାଇ ଟଙ୍କା ଆଣିବା ସକ୍ଷମ ହେବେ ? ତେଣୁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ଯ ସରକାରଙ୍କୁ ହିତାଧିକାରୀ ନିଜ ଅଞ୍ଚଳରେ ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା ପଇସା ଦେବା ପାଇ ନିବେଦନ କରିଛନ୍ତି ।

© 2023 Odisha Taza News.