No Result
View All Result
୧୭ ଫେବୃଆରୀ ,ଶୁକ୍ରବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ଅଡବା ଠାରେ ସ୍ବେଛାସେବୀ ଅନୁଷ୍ଠାନ `ପିସ୍ ‘ ଦ୍ବାରା ଏକ ମା ‘ ଗୃହ ସଚେତନା ପଦାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାରେ ଅଡବା ଓ ନିକଟରେ ଗ୍ରାମ୍ୟ ଗୁଡିକର ଶତାଧିକ ମାଆ ଯୋଗଦେଇଥିଲେ । ଏହି ପଦଯାତ୍ରା ଅଡବା ହାଇସ୍କୁଲ ଠାରୁ ଆରମ୍ଭକରି ନଗର ପରିକ୍ରମା ପରେ ସ୍ଥାନୀୟ ପଞ୍ଚାୟତ ସଭାଗୃହରେ ଏକ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରରେ ଅଡବା ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସେଠି ବାବୁ ଅଂଶଗ୍ରହଣ କରି, ମୋହନା ସ୍ଥିତ ପିସି ଦ୍ବାରା ପରିଚାଳିତ ମା ଗୃହର ସୁବିଧା ସମ୍ପର୍କରେ ମହିଳା ମାନଙ୍କୁ ବୁଝାଇଥିଲେ । ମା ଗୃହଟି ଛଅ ଗୋଟି ପଞ୍ଚାୟତ ଯଥା- ଅଡବା, ଡମ୍ବଗୁଡା, କର୍ଚବାଡି, ଦମାଦୁଆ, ପାଣିଗଣ୍ଡା ଓ କଟମାର ମାନଙ୍କୁ ଥ୍ରସବ ତାରିଖର ୧୦ ଦିନ ପୂର୍ବରୁ ରଖାଯିବା ପାଇଁ ସୁବିଧା କରାଯାଇଥିଲା ।
ରହିବା ସମୟରେ ସମସ୍ତ ରହିବା ଓ ଖାଇବା ମାଗଣାରେ ଯୋଗାଇ ଦିଆଯାଇଥାଏ । ଗର୍ଭବତୀ ମା ମାନଙ୍କ ସହ ତାର ଏକ ସହଯୋଗ ମଧ୍ୟ ମାଗଣାରେ ରହିବା ପାଇଁ ସୁବିଧା ରହିଅଛି । ଏହି ମାଆ ଗୃହରେ ନିୟୋଜିତ ତାଲିମ ପ୍ରାପ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ସହାୟିକାଙ୍କ ଦ୍ବାରା ନିୟମିତ, ମା ‘ ଓ ଗର୍ଭବସ୍ଥା ଶିଶୁର ଚିକିତ୍ସା ଓ ଭାବି ଜନ୍ମିତ ଶିଶୁର ସୁରକ୍ଷା ସମ୍ପର୍କରେ ସଠିକ୍ ସୂଚନା ଦିଆଯାଇଥାଏ । ଆବଶ୍ୟକ ସ୍ଥଳେ ନିକଟସ୍ଥ ଡାକ୍ତରଙ୍କ ଚିକିତ୍ସା ନେବାର ମାଗଣା ସୁବିଧା ଯୋଗାଇ ଦିଆଯାଇ ଥାଏ । ବୋଲି ମହିଳାମାନଙ୍କୁ ବୁଝାଇ ଥିଲେ । ପିସ୍ ର ସଭାପତି ଭିକାରୀ ଚରଣ ବେହେରା ଉପସ୍ଥିତ ରହି ଗର୍ଭବତୀ ମାଆ ମାନେ ୧୦୮ ଗାଡିରେ ମା ଗୃହକୁ ଯିବା ମାଗଣା ବୋଲି ବୁଝାଇ ଥିଲେ ।
ସ୍ଥନୀୟ ସରପଞ୍ଚ ଗର୍ଭବତୀ ମାନଙ୍କୁ ବୁଝାଇ ମା ଗୃହକୁ ଯିବା ନିମନ୍ତେ ମହିଳା ମାନକୁ ଅନୁରୋଧ କରିଥିଲେ । ଏହି ଶିବିରରେ ସ୍ଥାନୀୟ ସାମାଜିକ କର୍ମୀ ମଧୁ ନାୟକ ଯୋଗଦେଇ ସରକାରଙ୍କ ସମସ୍ତ ସୁବିଧା ମା ‘ ମାନେ ନେଇ ମାଆ ଓ ଶିଶୁକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଅନୁରୋଧ କହିଥିଲେ । ବ୍ରହ୍ମପୁର ସ୍ଥିତ ଶ୍ରମ ଓ ନିୟୋଜନ ବିଭାଗ, ଭାରତ ସରକାରଙ୍କର ଓ ନିୟୋନାଲ ଡିରେଣ୍ଟର ଇନ୍ଚାର୍ଜ ସରୋଜ କୁମାର ବେହେରା ଉପସ୍ଥତ ରହି, ଭାରତ ସରକାର ଓ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟଗତ ମାଗଣା ସୁବିଧା ଓ ଇ- ଶ୍ରମକାର୍ଡର ସୁବିଧା ମହିଳା ମାନଙ୍କୁ ବୁଝାଇ ଥିଲେ । ଏହି ପଦଯାତ୍ରା ଓ ଶିବିରକୁ ମୋହ ମା ଗୃହର କର୍ମୀ ଲଳିତା ଦେବୀ ପାତ୍ର, ରଶ୍ମି ନାୟକ ଓ ସଂଞ୍ଜୁକ୍ତା ପ୍ରଧାନ ପରିଚାଳନା କରିଥିଲେ ।


No Result
View All Result