ନାରାୟଣ ସାହୁଙ୍କ ମିଳିତ ସହଯୋଗ ରେ ଆଜି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚିଲିକା କୂଳରେ ଅବସ୍ଥିତ ବୃଦ୍ଧା ଆଶ୍ରମରେ କିଛି ଶୁଖିଲା ଖାଦ୍ୟ ସହିତ ଫଳ ବଣ୍ଟନ କରାଯାଇ ଥିଲା। ସଙ୍ଗଠନର ସମସ୍ତ ସଦସ୍ୟ ବୃଦ୍ଧା ଆଶ୍ରମରେ ପହଞ୍ଚି ପ୍ରଥମେ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କର ଆଶ୍ରୀବାଦ ନେଇଥିଲେ ଓ ସମସ୍ତଙ୍କ ସୁଖ ଦୁଃଖ ପଚାରି ବୁଝିବା ସହ ସେମାନଙ୍କ ହାତକୁ କିଛି ଶୁଖିଲା ଖାଦ୍ୟ ସହିତ ଫଳ ତାଙ୍କ ହାତକୁ ପ୍ରଦାନ କରିଥିଲେ
। ଆପଣ ମାନଙ୍କ ଆଶ୍ରୀବାଦ ସଦା ସର୍ବଦା ଆମ ପାଖରେ ଥାଉ ଆଗାମୀ ଦିନରେ ଆହୁରି ଆପଣ ମାନଙ୍କୁ ସହଯୋଗ କରିବୁ ବୋଲି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ କହିଥିଲେ। ଏଥିରେ ସଙ୍ଗଠନର ସଦସ୍ୟ ବଇକୁଣ୍ଠ ପ୍ରଧାନ, ସନ୍ଧ୍ୟା ରାଣୀ ବେହେରା, ଅଶୁଂରାଣୀ ମହାପାତ୍ର, ମୋନାଲିସା ରାଉତ, ଶିବାନୀ ମହାରଣା ଙ୍କ ସମେତ ବାଲୁଗାଁ କଲେଜର କିଛି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

© 2023 Odisha Taza News.