ସୂଚନା ଥାଉକି ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଓ ଉଦୟପୁର ଦୁଇ ଟି ଗ୍ରାମ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର କୋରଡ଼ା ଠାରୁ ରଗଡ଼ିମଡ଼ା ଭାୟା ମିନାଗାଡ଼ିଆ ଏବଂ ନୂଆଗାଁ ଠାରୁ ନଇତଇଲା ରାସ୍ତାର ଉନ୍ନତିକରଣ ପାଇଁ ପ୍ରାୟ ୧୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଜନ , ନୟାଗଡ଼ ନଂ.୨, ସୌଭାଗ୍ୟ କୁମାର ଦାସ ଙ୍କ ଠାରୁ ସୂଚନା ମିଳିଛି । ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ୧୭ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରତିମା ଦଳବେହେରା , କୋରଡ଼ା ସରପଞ୍ଚ ନିରୂପମା ପାତ୍ର, ସମିତି ସଭ୍ୟ ପ୍ରଫୁଲ୍ଲ ବେହେରା, ବିଜେଡ଼ି ଉପ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ ଦଳବେହେରା ,
ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା , କନିଷ୍ଟ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ , ହିତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଦୀର୍ଘ ବର୍ଷ ଧରି ଅଞ୍ଚଳରେ ଲୋକମାନଙ୍କର ଗମନାଗମନ ପାଇଁ ଯେଉଁ ରାସ୍ତାର ସମସ୍ୟା ଥିଲା ତାହା ପୁରଣ ହୋଇଥିବାରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଅଞ୍ଚଳବାସୀ ଧନ୍ୟବାଦ୍ ଦେଇଛନ୍ତି।ଦଶପଲ୍ଲା ବିଧାୟକ କଥାରେ ନୁହେଁ କାମରେ କରି ଦେଖାନ୍ତି ବୋଲି କୋରଡ଼ା ଏବଂ ଉଦୟପୁର ପଞ୍ଚାୟତ ର ଜନ ସାଧାରଣ କହିଛନ୍ତି।

© 2023 Odisha Taza News.