• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ : ପୁରୀ

Proprietor Abhimanyu Maharana by Proprietor Abhimanyu Maharana
February 16, 2023
in ଓଡ଼ିଶା, ପୁରୀ, ହୋମ୍
0
ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ : ପୁରୀ
Share on FacebookShare on TwitterWhatsapp

୧୬ ଫେବୃଆରୀ ,ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପୁରୀ :- ସଡ଼କ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ।ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କଲେ ଏହାର ସୁଫଳ ମିଳିବା ସହ ଅନେକ ଜୀବନ ରକ୍ଷା ହୋଇ ପାରିବ ବୋଲି ସଡକ ସୁରକ୍ଷା ର ସୁପ୍ରିମକୋର୍ଟ ମନିଟରିଂ କମିଟିର ସେକ୍ରେଟାରୀ ସଞ୍ଜୟ ମିତ୍ତଲ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ମିତ୍ତଲ ପ୍ରତି ରାଜ୍ୟର ସଡକ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ମାର୍ଗଦର୍ଶିକା ଜାରି କରିଛନ୍ତି।ଏହାକୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବା ସହ ସଡକର ସ୍ୱାସ୍ଥ୍ୟ ମଧ ସୁସ୍ଥ ରହିବ।ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗ ପାଇଁ ସେ ବିଶେଷ ଭାବେ ପରାମର୍ଶ ଦେଇଥିଲେ।ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା କନୱର ବିଶାଲ ସିଂ ସଡକ ସୁରକ୍ଷା ପାଇଁ ନିୟମିତ ଯୁଗ୍ମ ଧରପଗଡ ଜାରି ରହିଛି।ଲୋକ ମାନଙ୍କୁ ସଚେତନ କରାଯାଉଛି। ଲୋକ ମାନଙ୍କ ସୁରକ୍ଷା ପାଇଁ ଏହି ଭଳି କାର୍ଯ୍ୟାନୁଷ୍ଠାନ ନିରନ୍ତର ଜାରି ରହିବ ବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ରାସ୍ତା ଦୁର୍ଘଟଣା କୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ଏହାର ମାତ୍ରା ହ୍ରାସ କରିବା ଜରୁରୀ।

ପ୍ରତ୍ୟେକ ସ୍ତରରେ ଏହାକୁ ପ୍ରତିହତ ପାଇଁ ପଦକ୍ଷେ ନେବାକୁ ମତଦେଇଥିଲେ।ପରିବହନ ବିଭାଗର ଯୁଗ୍ମ ସଚିବ ବିଷଦ ତଥ୍ୟ ପ୍ରଦାନ କରି ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ , ବ୍ୟାପକ ସଚେତନତା ସୃଷ୍ଟି ,ଦୁର୍ଘଟଣା ପରେ ପରେ ଆହତ ଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଥିବା ଗୁଡ ସମରିଟାନ ବ୍ୟବସ୍ଥା ସମ୍ପର୍କରେ ଜନଚେତନା ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ।ସଡକ ସୁରକ୍ଷା ପାଇଁ ଓଡିଶା ପରିବହନ ବିଭାଗ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର କରି ରାଷ୍ଟ୍ରୀୟ ସ୍ତରରେ ବେଶ ପ୍ରଶଂସିତ ହୋଇଛି ବୋଲି ସେ କହିଥିଲେ। ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ପରିବହନ କାର୍ଯ୍ୟାଳୟ ର ବିବିଧ ତଥ୍ୟ ଉପସ୍ଥାପନ କରିଥିଲେ।ଏନ ଏଚ ୩୧୬ ରେ ୪୩ ଟି ଦୁର୍ଘଟଣା ସ୍ଥଳ ଚିହ୍ନଟ କରିଯାଇ ହମ୍ପ୍ସ, ସାଇନେଜ କରାଯାଇଛି।୧୦ ସ୍ଥାନରେ ବେଗ ନିୟନ୍ତ୍ରଣ ସାଇନେଜ ସ୍ଥାପନ ହୋଇଛି।

ସତ୍ୟବାଦୀ, ସାତସଙ୍ଖ, ପଟନାୟକିଆ,ମାଳତୀ ପାଟପୁର ଓ ହରେକୃଷ୍ଣପୁର ଛକ ଠାରେ ଆଲୋକ ବ୍ୟବସ୍ଥା କରାଯାଇଛି।ଅବରୋଧ ଉଛେଦ କରାଯାଇଛି ବୋଲି ସୂଚନା ଦେଇଥିଲେ।ଜିଲ୍ଲାରେ ୨୦୨୧ ରେ ୧୯୭ ଟି ଦୁର୍ଘଟଣା ଘଟିଥିବା ବେଳେ ୧୨୨ ଜଣଙ୍କ ର ମୃତ୍ୟୁ ହୋଇଥିଲା।ସେହିପରି ୨୦୨୨ରେ ୧୯୭ ଟି ଦୁର୍ଘଟଣା ହୋଇ ୧୪୬ ଜଣଙ୍କ ର ମୃତ୍ୟୁ ଘଟିଥିଲା। ୨୦୨୩ ଜାନୁଆରୀ ମାସ ରେ ୧୮ ଟି ଦୁର୍ଘଟଣା ହୋଇ ଥିବା ବେଳେ ୧୩ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୨ ମସିହାରେ ୩୪୧୩ ବିନା ହେଲମେଟ ଯାଞ୍ଚ କରାଯାଇ ୨୩୮ ଲାଇସେନ୍ସ ସସପେଣ୍ଡ କରାଯାଇଥିବା ବେଳେ ଦ୍ରୁତ ଗତି କ୍ଷେତ୍ରରେ ୩୬୧୫ କେଶ ମଧ୍ୟରୁ ୯୪୭ ଲାଇସେନ୍ସ ସସପେଣ୍ଡ କରାଯାଇଛି। ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୧୧ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୫ ଜଣ,ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୯୯ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି ବୋଲି ପରିବହନ ବିଭାଗ ସୂତ୍ରରୁ ପ୍ରକାଶ।

ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ପୁରୀ ତହସିଲଦାର କ୍ଷିରୋଦ କୁମାର ବେହେରା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ଅଜିତ କୁମାର ମହାପାତ୍ର,ପରିବହନ ବିଭାଗର ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ଓ ସଡକ ସୁରକ୍ଷା କମିଟି ସଦସ୍ୟ ମାନେ ଯୋଗ ଦେଇଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

୮୭ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ

June 27, 2026
ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

ଶ୍ରୀମନ୍ଦିର ପଶ୍ଚିମଦ୍ବାରରେ ପ୍ରବେଶ କରିଲେ ପୁରୀ ଆଇନଜୀବୀ

June 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି

June 27, 2026
ବିରିଡିରେ ମୋରମ ପର୍ବ ପାଳିତ

ବିରିଡିରେ ମୋରମ ପର୍ବ ପାଳିତ

June 27, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version