ତେଣୁ ସେହି ଆଧାରରେ ସମସ୍ତ କାର୍ଯ୍ୟ କୁ ପାରସ୍ପରିକ ସମନ୍ବୟ ମାଧ୍ୟମରେ ନିର୍ବାହ କରିବାକୁ ସେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଏସ ପି ମିହିର କୁମାର ପଣ୍ଡା ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ପ୍ରତ୍ୟେକ ବିଭାଗ ମଧ୍ୟରେ ସୁ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିଲେ।ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଜାଗର ସମୟରେ ହରିହର ଭେଟ ନିତୀକୁ ସୁଚାରୁ ରୂପେ କରାଯିବାକୁ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଥିଲେ। ପଜିଲ୍ଲାପାଳ ଭବତାରଣ ସାହୁ ୧୬ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧର ଏକାଦଶୀ ଓ ଜାଗର ଯାତ୍ରାର ନିତୀକାନ୍ତି ସମୟ ନିର୍ଘଣ୍ଟ ର ସୂଚନା ଦେବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ,ପରିଷ୍କାର ପରିଛନ୍ନତା,ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ନିଯୋଗ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ପଙ୍କୋଦ୍ଧର ଏକାଦଶୀ ପାଳିଆ ସେବାୟତ ଦୟାନିଧି ମହାପାତ୍ର, ଯୋଗାଣିଆ ସେବାୟତ ନରେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

© 2023 Odisha Taza News.