• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
February 13, 2023
in ଓଡ଼ିଶା, ଖେଳ, ମହାନଗର, ହୋମ୍
0
‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ ଉଦ୍‌ଘାଟିତ
Share on FacebookShare on TwitterWhatsapp

ଛାତ୍ରଛାତ୍ରୀମାନଙ୍କ ପାଇଁ ମହତ୍ତ୍ୱାକାଂକ୍ଷୀ ଉପାଦେୟ କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ସିଧା-ପ୍ରସାରଣ ବ୍ୟବସ୍ଥା

୧୨ ଫେବୃଆରୀ ରବିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର (ସାକ୍‌) ପକ୍ଷରୁ ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ ଶୃଙ୍ଖଳାରେ ଆଜି ସ୍ଥାନୀୟ କ୍ୟାପିଟାଲ୍‌ ହାଇସ୍କୁଲଠାରେ ‘ସ୍ପେସ୍‌ ଅନ୍‌ ହୁଇଲ୍‌’ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଓ ମହାକାଶ ବିଜ୍ଞାନ ସଂପର୍କରେ ତଥ୍ୟ ପ୍ରଦାନ ଓ ଜ୍ଞାନ ଆହରଣ ନିମନ୍ତେ ଉଦ୍ଦିଷ୍ଟ ଏହି ପ୍ରଦର୍ଶନୀ ୫୦ ବର୍ଷ ଧରି ଭାରତୀୟ ମହାକାଶ ବିଜ୍ଞାନର ସଫଳତାକୁ ଲୋକଲୋଚନକୁ ଆଣିବ । ମହାକାଶ ଗବେଷଣାର ଇତିହାସ, ମହାକାଶ ଯାତ୍ରା, ଉପଗ୍ରହକୁ ଅବସ୍ଥାପିତ କରୁଥିବା ଯାନ ଓ ଭବିଷ୍ୟତ ଯୋଜନା ଇତ୍ୟାଦି ସଂପର୍କରେ ବିଭିନ୍ନ ବିବରଣୀ ସନ୍ନିବିଷ୍ଟ ୧୮ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନିତ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ପ୍ରଦର୍ଶନୀ ଉଦ୍‌ଘାଟନ କରି ଏହା ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ସଂପର୍କିତ ଜିଜ୍ଞାସା ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ବିଜ୍ଞାନ ଓ କାରଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆୟୋଜିତ ଏହି ତିନିଦିନିଆ ପ୍ରଦର୍ଶନୀରେ ସ୍ଥାନୀୟ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀମାନେ ‘ଇସ୍ରୋ’ର କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇପାରିବେ ।

୭୦ ଦର୍ଶକରେ ବିଜ୍ଞାନ ଶିକ୍ଷା ନିମନ୍ତେ ରହିଥିବା ବିଭିନ୍ନ ପ୍ରତିବନ୍ଧକଗୁଡ଼ିକ ଦୂର ହୋଇ ଏବେ ସରକାରଙ୍କ ଦ୍ୱାରା ବିଜ୍ଞାନ ଶିକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ବୋଲି ଦର୍ଶାଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାର ପଠାଣୀ ସାମନ୍ତ ଓ ପ୍ରାଣକୃଷ୍ଣ ପରିଜାଙ୍କ ଭଳି ବିଜ୍ଞାନୀମାନଙ୍କ ନାମ ଉଲ୍ଲେଖ କରିବା ସହିତ କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘କଳିଙ୍ଗ ପୁରସ୍କାର’ ସଂପର୍କରେ ଆଲୋକପାତ କରିଥିଲେ । ବିଜ୍ଞାନ ଓ କାରଗରୀ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ସାଙ୍ଗକୁ ୮ଟି ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ବ୍ୟତୀତ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ସାଧିତ ହୋଇଛି । ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମଧ୍ୟ ବକ୍ତବ୍ୟ ରଖିଥିଲେ । ‘ଇସ୍ରୋ’ର ଗ୍ରୁପ୍‌ ଡାଇରେକଫର ଡ. ପରୁଲ୍‌ ପଟେଲ୍‌ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦେଶରେ ବିଜ୍ଞାନର ଅଗ୍ରଗତି ଏବଂ ଜୀବନରେ ବିଜ୍ଞାନର ଉପଯୋଗିତା ନେଇ ବକ୍ତବ୍ୟ ରଖିବା ସହିତ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଯୋଗାଯୋଗ, ଶିକ୍ଷଣ, ଉଚ୍ଚତର ତାଲିମ ଓ ଗବେଷଣା କ୍ଷେତ୍ରରେ ‘ଇସ୍ରୋ’ ସମଗ୍ର ଦେଶରେ ପ୍ରଭାବୀ ଭୂମିକା ଗ୍ରହଣ କରିଛି ବୋଲି ଡ. ପଟେଲ୍‌ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏପରି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ସାମିଲ ହେବା ସହିତ ‘ଇସ୍ରୋ’ରୁ ଆସିଥିବା ବୈଜ୍ଞାନିକମାନଙ୍କଠାରୁ ପ୍ରଶ୍ନୋତ୍ତର କ୍ରମେ ସେମାନଙ୍କର ସନ୍ଦେହ ଦୂର କରିପାରିବେ ବୋଲି ଉଲ୍ଲେଖ କରିଥିଲେ । ଆସନ୍ତାକାଲି ରାଜ୍ୟର ୩୯୦୬ଟି ୫-‘ଟି’ ରୂପାନ୍ତରିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀକୁ ‘ୟୁ-ଟୁ୍ୟବ୍‌ ଲାଇଭ୍‌’ ମାଧ୍ୟମରେ ସିଧାପ୍ରସାରଣରେ ଦେଖିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପ୍ରକାଶ କରିଥିଲେ । ବରିଷ୍ଠ ବୈଜ୍ଞାନିକ ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନକ ନେଇ ଛାତ୍ରୀମାନେ ଚମତ୍କାର ସ୍ୱାଗତ ସଂଗୀତ ପରିବେଷଣ କରିଥିବାବେଳେ କାର୍ଯ୍ୟକ୍ରମରେ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ପ୍ରଦର୍ଶନୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିବସରେ ପ୍ରାୟ ୧୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଏକ ହଜାରରୁ ଊଦ୍ଧ୍ୱର୍ ସାଧାରଣ ନାଗରିକର ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଆସନ୍ତାକାଲି ୧୩ ତାରିଖ ଦିନ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ପାଇଁ ସକାଳ ୯.୩୦ରୁ ଅପରାହ ୪ଟା ଓ ୧୪ ତାରିଖ ଦିନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲାରହିବ । ୧୨ତାରିଖ ଦିନ ଏହି ପ୍ରଦର୍ଶନୀ ଅପରାହ ୪ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥିବାବେଳେ ୧୩ ତାରିଖ ଦିନ ମଧ୍ୟ ଏହି ସମୟରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶନୀ ଖୋଲାରହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

April 26, 2026
କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

April 26, 2026
ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସରେ ସଂପର୍କ ପକ୍ଷରୁ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଶିବିର

April 26, 2026
ରଥଖଳା ରେ ଘୁମୁସର ରୁ ୨୮ ଖଣ୍ଡ କାଠ ପହଁଚିଲା

ରଥଖଳା ରେ ଘୁମୁସର ରୁ ୨୮ ଖଣ୍ଡ କାଠ ପହଁଚିଲା

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

ପ୍ରଶାନ୍ତ ସ୍ୱାଇଁଙ୍କ ହସ୍ତକ୍ଷେପରେ ଆୟୁଷ୍ମାନ କାର୍ଡ ପ୍ରାପ୍ତ, ଗୁରୁତର ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ଉପଲବ୍ଧ କରାଇବାକୁ ନିର୍ଦ୍ଧେଶ

April 26, 2026
କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

କୁନିକୁନି ଶିଶୁମାନେ ଆଙ୍କିଲେ ମହାପ୍ରଭୁଙ୍କ ଜୀବନ୍ତ ଚିତ୍ର ଭାଗ ନେଲେ ୪ଶହରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version