![]()
- ବିଜନେସ୍ କ୍ଲାସ୍ ଆରାମ ସହିତ ବିଳାସପୂର୍ଣ୍ଣ ଅନୁଭବ
- ସ୍ୱତନ୍ତ୍ର ସ୍ୟାଡୋ ଗୋଲ୍ଡ ବାହ୍ୟ ରଙ୍ଗ ସହ କଳା ଛାତ ଗାଡ଼ିକୁ ଦେବ ଆକର୍ଷଣୀୟ ରୂପ ।
- କଳା ରଙ୍ଗର ଓଆରଭିଏମ୍ ଏବଂ ଆର-୧୮ ଇଂଚର କଳା ଆଲୟ ଚକ ଗାଡ଼ିର ବାହ୍ୟ ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରୁଛି
- ଭିତରେ ନୂଆ ଅର୍ବାନ୍ ଟ୍ୟାନ୍ ଓ କଳା ରଙ୍ଗର ଆସନ ସଜ୍ଜା ।
- ପଛ ଯାତ୍ରୀଙ୍କ ପାଇଁ ମାନକ ଭାବେ ‘ପ୍ରିଭେ ସ୍କ୍ରିନ୍’, ସ୍ୱତନ୍ତ୍ର ତକିଆ ଓ ବେକ ପାଇଁ କୁଶନ୍ ।
- ୩୮ କିଲୋୱାଟ୍ ବ୍ୟାଟେରି, ୩୩୨ କିଲୋମିଟର ପ୍ରମାଣିତ ଯାତ୍ରା କ୍ଷମତା ।
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜେଏସଡବ୍ଲ୍ୟୁ ଏମଜି ମୋଟର ଇଣ୍ଡିଆ ପକ୍ଷରୁ ଆଜି ଏମଜି ୱିଣ୍ଡସର୍ ଇଣ୍ଡଲଜ ଏଡିସନର ବଜାର ପ୍ରବେଶ ଘୋଷଣା କରାଯାଇଛି । ଭାରତର ଏକ ନମ୍ବର ବିଦ୍ୟୁତ୍ ଚାଳିତ ଯାନ ଭାବେ ପରିଚିତ ଏମଜି ୱିଣ୍ଡସରର ଏହି ନୂତନ ସଂସ୍କରଣ ଆହୁରି ବିଳାସପୂର୍ଣ୍ଣ ଆରାମ ଓ ସ୍ୱତନ୍ତ୍ର ଶୈଳୀର ଅନୁଭବ ପ୍ରଦାନ କରିବ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୭,୯୯,୮୦୦ ଟଙ୍କା (ଏକ୍ସ ସୋରୁମ୍ ମୂଲ୍ୟ) ରଖାଯାଇଛି । ୩୮ କିଲୋୱାଟ୍ କ୍ଷମତାସମ୍ପନ୍ନ ବ୍ୟାଟେରିରେ ଚାଲୁଥିବା ଏହି ଯାନ ୧୦୦ କିଲୋୱାଟ୍ ବା ୧୩୬ ପିଏସ୍ ଶକ୍ତି ଏବଂ ୨୦୦ ନ୍ୟୁଟନ୍ ମିଟର ଟର୍କ ପ୍ରଦାନ କରିଥାଏ । ଏହାର ପ୍ରମାଣିତ ଯାତ୍ରା କ୍ଷମତା ୩୩୨ କିଲୋମିଟର ରହିଛି । ଏମଜି ୱିଣ୍ଡସରର ଭବିଷ୍ୟତମୁଖୀ ଡିଜାଇନ୍, ପ୍ରଶସ୍ତ ଭିତର ଅଂଶ ଏବଂ ବିଜନେସ୍ କ୍ଲାସ୍ର ଆରାମଦାୟକ ବ୍ୟବସ୍ଥାକୁ ଆଧାର କରି ଏହି ନୂତନ ସଂସ୍କରଣରେ ଅଧିକ ସ୍ୱତନ୍ତ୍ରତା ଯୋଡ଼ାଯାଇଛି । ଏଥିରେ ସ୍ୟାଡୋ ଗୋଲ୍ଡ ରଙ୍ଗର ଗାଡ଼ି ସହ ବିପରୀତ କଳା ରଙ୍ଗର ଛାତ ରହିଛି । କଳା ରଙ୍ଗର ଓଆର୍ଭିଏମ୍, ୧୮ ଇଂଚର କଳା ମିଶ୍ରଧାତୁ ଚକ ଏବଂ ଗାଡ଼ିର ସି-ପିଲାର୍ରେ ଥିବା ସ୍ୱତନ୍ତ୍ର ‘ଇଣ୍ଡଲଜ’ ଚିହ୍ନ ଏହାର ଆକର୍ଷଣକୁ ଆହୁରି ବଢ଼ାଇଛି । ଏହା ଗାଡ଼ିକୁ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ପରିଚୟ ଦେଇଛି । ଗାଡ଼ିର ଭିତର ଅଂଶରେ ନୂଆ ଅର୍ବାନ୍ ଟ୍ୟାନ୍ ଓ କଳା ରଙ୍ଗର ଆସନ ସଜ୍ଜା ରହିଛି । ଏହା ଗାଡ଼ିର ଆଭ୍ୟନ୍ତରୀଣ ପରିବେଶକୁ ଅଧିକ ଆରାମଦାୟକ ଓ ଅଭିଜାତ କରିଛି । ସାମ୍ନା ଆସନର ମୁଣ୍ଡ ରଖିବା ସ୍ଥାନରେ ସ୍ୱତନ୍ତ୍ର ଭାବେ ‘ଇଣ୍ଡଲଜ’ ଲେଖା ରହିଛି, ଯାହା ଏହି ସଂସ୍କରଣର ନିଜସ୍ୱ ପରିଚୟକୁ ତ୍ୱରାନ୍ନିତ କରୁଛି । ପଛ ସିଟରେ ବସୁଥିବା ଯାତ୍ରୀଙ୍କ ଆରାମ ଓ ମନୋରଞ୍ଜନକୁ ଗୁରୁତ୍ୱ ଦେଇ ଏଥିରେ ମାନକ ସୁବିଧା ଭାବେ ‘ପ୍ରିଭେ ସ୍କ୍ରିନ୍’ ଯୋଗାଇ ଦିଆଯାଇଛି ।

ଏହା ସହିତ ‘ଇଣ୍ଡଲଜ’ ଚିହ୍ନ ଥିବା ଆରାମଦାୟକ ତକିଆ ଓ ବେକ ପାଇଁ କୁଶନ୍ ମଧ୍ୟ ରହିଛି । ଏହି ବ୍ୟବସ୍ଥା ପଛ ଆସନରେ ଯାତ୍ରାକୁ ଅଧିକ ଆରାମଦାୟକ କରିବ । ଗ୍ରାହକଙ୍କ ରୁଚି ଅନୁଯାୟୀ ଗାଡ଼ିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ସ୍ୱତନ୍ତ୍ର ସାମଗ୍ରୀର ଏକ ପ୍ୟାକେଜ୍ ମଧ୍ୟ ଉପଲବ୍ଧ ହୋଇଛି । ଏଥିରେ ପଛ ଝରକା ପାଇଁ ସୂର୍ଯ୍ୟକିରଣ ନିରୋଧକ ପରଦା, ସ୍ୱତନ୍ତ୍ର ଡିଜାଇନର ତ୍ରିମାତ୍ରିକ ମ୍ୟାଟ୍, ସାମ୍ନା ଗ୍ରିଲେର କ୍ରୋମ୍ ସାଜସଜ୍ଜା, ବମ୍ପରର କୋଣ ସୁରକ୍ଷାକାରୀ, ଗାଡ଼ିର ପାର୍ଶ୍ୱ ସୁରକ୍ଷା ପଟି ଏବଂ ଉଚ୍ଚମାନର ଚମଡ଼ାର ଚାବି ଖୋଳ ରହିଛି । ଏହି ନୂତନ ସଂସ୍କରଣର ବଜାର ପ୍ରବେଶ ଅବସରରେ ଜେଏସଡବ୍ଲ୍ୟୁ ଏମଜି ମୋଟର ଇଣ୍ଡିଆର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ବିନୟ ରାଇନା କହିଛନ୍ତି, ଞ୍ଛଏମଜି ୱିଣ୍ଡସର୍ କେବଳ ଆମ କମ୍ପାନୀ ପାଇଁ ନୁହେଁ, ବରଂ ସମଗ୍ର ବିଦ୍ୟୁତ୍ ଚାଳିତ ଯାନ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦ । ଏହା ଅନେକ ଗ୍ରାହକଙ୍କୁ ବିଦ୍ୟୁତ୍ ଚାଳିତ ଯାନ ଗ୍ରହଣ କରିବା ପାଇଁ ପ୍ରେରିତ କରିଛି । ମାତ୍ର ୨୪ ମାସ ମଧ୍ୟରେ ୮୦ ହଜାରରୁ ଅଧିକ ପରିବାର ଏହି ଗାଡ଼ିକୁ ଆପଣାଇବା ଏକ ଉଲ୍ଲେଖନୀୟ ସଫଳତା । ଏହା ଗ୍ରାହକଙ୍କୁ ଏହି ଯାନ ପ୍ରଦାନ କରୁଥିବା ମୂଲ୍ୟ ଓ ସୁବିଧାର ପ୍ରମାଣ । ସଫଳତାକୁ ଆଧାର କରି ଇଣ୍ଡଲଜ ଏଡିସନରେ ଅଧିକ ସ୍ୱତନ୍ତ୍ର ସୁବିଧା ଏବଂ ଉନ୍ନତ ଆଭ୍ୟନ୍ତରୀଣ ଅନୁଭବ ଯୋଡ଼ାଯାଇଛି । ଏହା ଗ୍ରାହକଙ୍କୁ ୱିଣ୍ଡସର ଜୀବନଶୈଳୀର ଏକ ଅଧିକ ଅଭିଜାତ ଓ ବ୍ୟକ୍ତିଗତ ଅନୁଭବ ପ୍ରଦାନ କରିବ ।
ଗ୍ରାହକଙ୍କ ବଦଳୁଥିବା ପସନ୍ଦ ଅନୁଯାୟୀ ଆମ ଉତ୍ପାଦକୁ ନିରନ୍ତର ଉନ୍ନତ କରିବା ସହିତ ୱିଣ୍ଡସର୍କୁ ବିଦ୍ୟୁତ୍ ଚାଳିତ ଯାନ କ୍ଷେତ୍ରରେ ଏକ ପସନ୍ଦର ଗାଡ଼ି କରିଥିବା ମୂଳ ଗୁଣଗୁଡ଼ିକୁ ବଜାୟ ରଖିବା ଆମର ପ୍ରତିବଦ୍ଧତା ଅଟେ ।‛ ଭାରତର ପ୍ରଥମ ବୁଦ୍ଧିମାନ କ୍ରସ୍ଓଭର୍ ୟୁଟିଲିଟି ଯାନ (ସିୟୁଭି) ଭାବେ ପରିଚିତ ଏମଜି ୱିଣ୍ଡସରରେ ସେଡାନର ପ୍ରଶସ୍ତତା ଓ ଆରାମ ସହ ଏସ୍ୟୁଭିର ବହୁମୁଖୀ ଉପଯୋଗିତା ଓ ଆକର୍ଷଣୀୟ ଉପସ୍ଥିତିର ସମନ୍ୱୟ ରହିଛି । ଏହାର ଭବିଷ୍ୟତମୁଖୀ ‘ଏରୋ ଗ୍ଲାଇଡ୍’ ଡିଜାଇନ୍ ପାରମ୍ପରିକ ଗାଡ଼ି ବର୍ଗର ସୀମାକୁ ଅତିକ୍ରମ କରି ନୂଆ ଧାରା ସୃଷ୍ଟି କରିଛି । ଗାଡ଼ିର ଭିତରେ ଥିବା ‘ଏରୋ ଲାଉଞ୍ଜ୍’ ଆସନକୁ ୧୩୫ ଡିଗ୍ରୀ ପର୍ଯ୍ୟନ୍ତ ପଛକୁ ଢଳାଇ ହେଉଥିବାରୁ ଯାତ୍ରୀମାନେ ଅଧିକ ଆରାମ ପାଇପାରିବେ । ଏହା ସହିତ ମଧ୍ୟଭାଗରେ ସୁନ୍ଦର ଭାବେ ସଂଯୋଜିତ ୧୫.୬ ଇଂଚର ‘ଗ୍ରାଣ୍ଡଭ୍ୟୁ’ ସ୍ପର୍ଶ ପରଦା ଗାଡ଼ି ଭିତରର ଅନୁଭବକୁ ଆହୁରି ଉନ୍ନତ କରିବା ସହ ଚାଳନାକୁ ସହଜ ଓ ଆକର୍ଷଣୀୟ କରିଥାଏ
![]()














