ଏହାର ଜବାବରେ ରିଙ୍କୁ ଏକ୍ସ୍ଆଇ ୧୫ ଓଭରରେ ୧୧୮ ରନ୍ ସଂଗ୍ରହ କରି ସମସ୍ତ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲା। ଫଳରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ ହୋଇପାରିଥିଲା। ଏହି ଖେଳରେ ଏମ ଏସ ଦଳର ଲବିଶ ମ୍ୟାନ ଅଫ୍ ଦି ସିରିଜ ଓ ମ୍ୟାଚ ଅଫ୍ ଦି ମ୍ୟାଚ ବୁଲୁ ପୁଟେଲ ବିବେଚିତ ହୋଇଥିଲେ। ସେହିପରି ବୋଲର ଭାବେ ଭବାନୀ ଶଙ୍କର ଶ୍ରେଷ୍ଠ ବିବେଚିତ ହୋଇଥିଲେ।
ଖେଳରେ ଅତିଥି ଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଭିନାଶ ଠାକୁର, ନର୍ଲା ପୂର୍ବତନ ଖେଳାଳୀ, ଯୁବନେତା ତଥା ଜଣେ ଜଣାଶୁଣା ଆୟୋଜକ ଭାବେ ସମୀର ଚାନ୍ଦ , ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ତ୍ରିଲକ୍ଷ ହରପାଲ ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ସମୀର ଚାନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିବା ବେଳେ ବିଜୟୀ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଦ୍ଵିତୀୟ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସପ୍ତ ପ୍ରଧାନ ଖେଳଟିକୁ ପରିଚାଳନା କରିଥିଲେ।

© 2023 Odisha Taza News.