ହାଇକୋର୍ଟର ବିଚାରପତି ତଥା ପୁରୀ ଜିଲ୍ଲା ର ପ୍ରଶାସନିକ ବିଚାରପତି ମାନ୍ୟବର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଙ୍କ ଉପସ୍ଥିତି ରେ ପୁରୀ ଜିଲ୍ଲାର କୋଣାର୍କ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଏବଂ ପୁରୀ ଓ ବ୍ରହ୍ମଗିରି ଠାରେ ଗ୍ରାମ ନ୍ୟାୟାଳୟ ର ନୂତନ ବିଲ୍ଡିଂ ନିର୍ମାଣ ନିମିତ୍ତ ଭିତ୍ତି ପ୍ରସ୍ତର ସ୍ଥାପନ ଓ ପୁରୀ ନୂତନ ସିଭିଲ କୋର୍ଟ ପରିସରରେ ନବ ନିର୍ମିତ ଅସୁରକ୍ଷିତ ସାକ୍ଷୀ ସଂରକ୍ଷଣ କେନ୍ଦ୍ର ବା ଭିଡବ୍ଲୁଡିସି ର ଉଦଘାଟନ କରିଥିଲେ।
ନ୍ୟାୟ ପ୍ରକ୍ରିୟା ରେ ସ୍ୱଛତା ରକ୍ଷା, ସମୟ ର ଅପଚୟ କୁ ରୋକିବା,ଖର୍ଚ୍ଚ ହ୍ରାସ, ହିତାଧିକାରୀ ଙ୍କୁ ଯଥା ଶୀଘ୍ର ନ୍ୟାୟ ପ୍ରଦାନ କରିବା, ବୈଷୟିକ ଜ୍ଞାନ ର ଭରପୁର ଉପଯୋଗ କରିବା ନ୍ୟାୟ ବିଭାଗର ପ୍ରାଥମିକତା ବୋଲି ମୁଖ୍ୟ ବିଚାରପତି କହିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଦୌରା ଜଜ ଶିତିକଣ୍ଠ ସାମଲ , ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଏସ ପି ମିହିର କୁମାର ପଣ୍ଡା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ଜିଲ୍ଲା ର ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।

© 2023 Odisha Taza News.