ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ,ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ,ଖୋର୍ଦ୍ଧାରୋଡ’ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା,ବିଜେତା ଦଳମାନଙ୍କୁ ଟ୍ରଫି ବଣ୍ଟନ କରିଥିଲେ ଏବଂ ଅଂଶ ଗ୍ରହଣ କାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
ଏହି ଅବସରରେ ଶ୍ରୀ ରିଙ୍କେଶ ରୟ କହିଥିଲେ ଯେ,କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକଳାପକୁ ଉତ୍ସାହିତ କରାଯିବା ଉଚିତ୍। ସାଂସ୍କୃତିକ କାର୍ଯ୍ୟକଳାପ, ଅଂଶ ଗ୍ରହଣ କାରୀଙ୍କ ଆତ୍ମବିଶ୍ୱାସ ସ୍ତରକୁ ବଢାଇଥାଏ ଏବଂ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ କରିଥାଏ |
ଏହି ଅର୍ନ୍ତମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗିତା “ମ୍ୟୁଜିକ୍”ର ୪ଟି ବର୍ଗ ଯଥା କ୍ଲାସିକାଲ୍ ଭୋକାଲ୍, ଲାଇଟ୍ ଭୋକାଲ୍, ଇନଷ୍ଟ୍ରୁମେଣ୍ଟାଲ୍ କ୍ଲାସିକାଲ୍ ଏବଂ ଇନଷ୍ଟ୍ରୁମେଣ୍ଟାଲ୍ ଲାଇଟ୍ ପାଇଁ ଅନୁଷ୍ଠିତ ହୋଇଥିଲା|ଏହି ଅର୍ନ୍ତମଣ୍ଡଳୀୟ ସାଂସ୍କୃତିକ ପ୍ରତିଯୋଗିତIର ବିଜେତାମାନେ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟର ରେଲୱେ ସାଂସ୍କୃତିକ ପ୍ରତିଯୋଗିତାରେ ପୂର୍ବତଟ ରେଳବାଇକୁ ପ୍ରତିନିଧିତ୍ୱ କରିବେ|
ଏହି କାର୍ଯ୍ୟକ୍ରମରେ ଏଡିଆରଏମ(ଇନଫ୍ରା) ଏବଂ ମଣ୍ଡଳ ସାଂସ୍କୃତିକ ସଙ୍ଗଠନର ସଭାପତି, ଶ୍ରୀ ଅଶୋକ କୁମାର, ଇଷ୍ଟକୋଷ୍ଟ ରେଲୱେ ମହିଳା କଲ୍ୟାଣ ସଙ୍ଗଠନ (ଇକ୍ରୋ)ର ସଦସ୍ୟ ଏବଂ ଶାଖା ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଡିଭିଜନାଲ ପର୍ସନାଲ ଅଫିସର ତଥା ମଣ୍ଡଳ ସାଂସ୍କୃତିକ ସଙ୍ଗଠନର ସଚିବ,ଶ୍ରୀ ରଂଜନ କୁମାର ମହାନ୍ତି ସଂଯୋଜନା କରିଥିଲେ।

© 2023 Odisha Taza News.