x. ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ

x. ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ

୮ ଫେବୃଆରୀ, ବୁଧବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ରାଜ୍ୟ ସରକାର ବିଜୁ ସେତୁ ଯୋଜନା ପ୍ରଣୟନ କରିଛନ୍ତି । ୨୦୧୧ ମସିହାରେ ଓଡ଼ିଶା ସରକାର ବିଚ୍ଛିନ୍ନାଞ୍ଚଳକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ବିଜୁ ସେତୁ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାରେ ଅଦ୍ୟାବଧି ୨୧,୯୫୮ ଲକ୍ଷ ଟଙ୍କା ବ୍ୟୟରେ ୫୧ଟି ସେତୁ ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଛି । ଏତଦ୍ବ୍ୟତୀତ ଆଉ ୧୪ଟି ସେତୁର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ସେତୁ ନିର୍ମାଣ ଦ୍ୱାରା ୫୮୮ଟି ଗ୍ରାମର ୬ ଲକ୍ଷ ୧୨ ହଜାର ୫୬୩ ଜନସାଧାରଣ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆର୍ଥିକ ମାନଦଣ୍ଡ ଏବଂ ସାମାଜିକ ସ୍ଥିତି ସୁଦୃଢ଼ ହୋଇପାରିଛି ।

ପରିବହନ କ୍ଷେତ୍ରରେ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି । ଏତଦ୍ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦୁ୍ୟତ ଶକ୍ତି, କୃଷି ଉତ୍ପାଦନ, ବାଣିଜ୍ୟ ଓ ଜୀବିକାନିର୍ବାହ ଆଦି ମୌଳିକ ସୁବିଧା ଲୋକମାନେ ପାଇବା ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ବିଜୁ ସେତୁ ଯୋଜନା ଗ୍ରାମାଞ୍ଚଳ ଜନସାଧାରଣଙ୍କ ଅର୍ଥନୈତିକ-ସାମାଜିକ ବିକାଶ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି ।

ସଂପ୍ରତି ଭୁବନେଶ୍ୱର ବ୍ଲକ୍ ଅନ୍ତର୍ଗତ ଝିଙ୍କିରିଡିହିରୁ କଟକ ସଦର ପ୍ରତାପନଗରୀକୁ ସଂଯୋଗ କରୁଥିବା କୁଆଖାଇ ନଦୀ ଉପରେ ସୁଉଚ୍ଚ ସେତୁ ୨୦୨୨ ନଭେମ୍ବର ୧୦ ତାରିଖରେ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ୩୦.୬୩ ମିଟର ବିଶିଷ୍ଟ ୧୧ ଗୋଟି ସ୍ପାନ୍କୁ ନେଇ ନିର୍ମିତ ହୋଇଛି । ଏହାର ସମୁଦାୟ ଲମ୍ବ ୩୩୬.୯୩ ମିଟର । ଏହା ୧୭୪୯.୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଅଛି । ଏହି ସେତୁ ନିର୍ମାଣ ଦ୍ୱାରା ୯ଟି ଗ୍ରାମର ୪୦ ହଜାର ଲୋକ ଉପକୃତ ହେଉଛନ୍ତି ।