ଖପ୍ରାଖୋଲ ବ୍ଲକରେ ଥିବା ୨୧ଟି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ବ୍ୟାପକ ଅନିମିୟତା ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯାଇଛି । ଏଥିରେ ଖପ୍ରାଖୋଲ ବ୍ଲକର ୨ଟି ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ ଓ ଶଶୀ ପୂଜାରୀଙ୍କ ସମେତ ପ୍ରବୀଣ ଅଗ୍ରୱାଲ, ଫକୀର ପ୍ରଧାନ, ଶିବ ସୁନା, ଉପେନ୍ଦ୍ର ଭୋଇ, କାଶୀ ମେହେର, କୁନା ବିଶ୍ୱାଳଙ୍କ ସମେତ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ବିଡ଼ିଓ ରଶ୍ମି ରଞ୍ଜନ ରାଉତଙ୍କୁ ପ୍ରଦାନ କରିାଯାଇଥିଲା ।
ଏହି ଦାବୀପତ୍ରଟି ମୁଖ୍ୟମନ୍ତ୍ରୀଙ୍କୁ ପଠାଇବା ସହ ଆସନ୍ତା ୭ଦିନ ମଧ୍ୟରେ ପୂରଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିବାବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଆସନ୍ତା ୭ ଦିନ ମଧ୍ୟରେ ଏହାର ସମାଧାନ କରାନଗଲେ ପୁଣି ବ୍ଲକ ଘେରାଉ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଘରମାନଙ୍କରେ ବେଆଇନ ଭାବେ ଲଗାଯାଇଥିବା ବିଜୁ ପକ୍କା ଘର ଲଗୋକୁ ପ୍ରତ୍ୟାହାର ନ କଲେ ବିଡିଓଙ୍କନାମରେ ମୋକଦ୍ଦମା କରାଯିବ ବୋଲି ଶ୍ରୀ ସିଂଦେଓ କହିଛନ୍ତି ।

© 2023 Odisha Taza News.