ନୟାଗଡ଼ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ସମର୍ପଣ ବୃଦ୍ଧାଶ୍ରମରେ ରୋଟାରୀ କ୍ଲବ ନୟାଗଡ଼ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ବାସୁଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମର୍ପଣର କାର୍ଯ୍ୟକାରୀ ସଭାପତି ଅରୁଣ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମର୍ପଣର ସମ୍ପାଦକ ଶ୍ରୀଧର ସାହୁ ବରିଷ୍ଠ ନାଗରିକ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଅନ୍ତେବାସୀମାନଙ୍କୁ ଅବଗତ କରାଇଥିଲେ। ରୋଟାରୀ କ୍ଲବ ସମ୍ପାଦକ ଦିଲ୍ଲୀପ ମିଶ୍ର କହିଥିଲେ, “କେବଳ ବରିଷ୍ଠ ନାଗରିକ ଦିବସ ପାଳନ କରିବା ପାଇଁ ଆମେ ଆପଣମାନଙ୍କ ପାଖକୁ ଆସିନାହୁଁ। ଆଗାମୀ ଦିନରେ ଆପଣମାନଙ୍କର ଯେକୌଣସି ସମସ୍ୟାର ସମାଧାନ ପାଇଁ ରୋଟାରୀ କ୍ଲବ ନୟାଗଡ଼ର ସମସ୍ତ ସଦସ୍ୟଙ୍କ ସହଯୋଗର ବାର୍ତ୍ତା ନେଇ ଆସିଛୁ।”















