No Result
View All Result
୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡ଼ି ଗ୍ରାମ ଠାରେ ଶ୍ରୀ ଶ୍ରୀ ସିଦ୍ଧମହାବିର ଙ୍କ ୨୭ତମ ବିଶ୍ଵଶାନ୍ତି ମହାଯଜ୍ଞ ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି । ଚାରିଦିନ ଧରି ପାଳିତ ହୋଇଥିବା ମହାଯଜ୍ଞରେ ପ୍ରଥମ ଦିନରେ ଅଙ୍କୁରାରୋପଣ,ମହାଲକ୍ଷ୍ମୀ ପୂଜା ଓ ସାଲା ମଣ୍ଡନ । ଦ୍ୱିତୀୟ ଦିନରେ ଜଳଯାତ୍ରା, ଦେବତା ଆବାହନ, ସୂର୍ଯ୍ୟପୂଜା,ଧେନୁପୂଜା,ଅଗ୍ନି ସ୍ଥାପନ ଓ ଯଜ୍ଞାରମ୍ଭ ହୋଇଥିଲା । ତୃତୀୟ ଦିନରେ ସୂର୍ଯ୍ୟପୂଜା, ଧେନୁଯାତ୍ରା, ଶାଲାମଣ୍ଡପ ପୂଜା, ସୁନ୍ଦରାକାଣ୍ଡ ଆହୁତି, ହନୁମାନ ଚାଳିଶା ଆହୁତି, ଗୀତା ପଠନ ଏବଂ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।ଆଜି ଚତୃର୍ଥ ଦିନରେ ସୂର୍ଯ୍ୟପୂଜା, ଧେନୁପୂଜା, ଶାଲାମଣ୍ଡପ ପୂଜା ସହିତ ଅପରାହ୍ନରେ ସମସ୍ତ ଦେବାଦେବୀଙ୍କ ପୂଜା ଆହୁତି, ଶ୍ରୀମଦ୍ ଭାଗବତ ଗୀତା ଆହୁତି ଓ ହନୁମାନ ଚାଳିଶା ଆହୁତି,ଏବଂ ପ୍ରତେହ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ କରାଯିବା ସହ ଅପରାହ୍ନରେ ପୂର୍ଣ୍ଣାହୁତି ସହିତ ସନ୍ଧ୍ୟାରେ ପ୍ରସାଦ ସେବନ କର୍ୟ୍ଯକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ପଣ୍ଡିତ ଶ୍ରୀ ପ୍ରଶାନ୍ତ ମିଶ୍ର ଏବଂ କର୍ତ୍ତି,କର୍ତ୍ତା ସତ୍ୟଭାମା ଦାଶ ଓ ସାରଙ୍ଗ ଦାଶ ହୋଇଥିଲେ ।
No Result
View All Result