୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବଷ୍ଣବ ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳ ବଜେଟ୍ ୨୦୨୩ ଉପରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇଥିଲେ।ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବଷ୍ଣବ କହିଥିଲେ ଯେ ଚଳିତ ବର୍ଷ ଓଡ଼ିଶା ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୧୦,୦୧୨ କୋଟି ଟଙ୍କା ରେକର୍ଡ ଆବଣ୍ଟନ କରାଯାଇଛି।ସେ ଆହୁରି ମଧ୍ୟ ରାଜ୍ୟର ବିଭିନ୍ନ ମଞ୍ଜୁରୀପ୍ରାପ୍ତ ତଥା ଚାଲୁଥିବା ପ୍ରକଳ୍ପ ପାଇଁ ଆବଣ୍ଟିତ ପାଣ୍ଠି ବିଷୟରେ ସୂଚନା ଦେଇଥିଲେ।ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପାଇଁ ମୁଖ୍ୟ ଆକର୍ଷଣ ଯେପରିକି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ପୁରୀ,ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନର ବିକାଶ ପାଇଁ ୭୭୩ କୋଟି ଟଙ୍କା ଆବଣ୍ଟିତ ହୋଇଛି। ବିକାଶ କାର୍ଯ୍ୟ ତଦାରଖ ପାଇଁ ପୁରୀ ଏବଂ ଭୁବନେଶ୍ୱରରେ ରେଲୱେ ଷ୍ଟେସନ ଠାରେ କ୍ୟାମ୍ପ ଅଫିସ୍ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି l ଲିଙ୍ଗରାଜ ରୋଡ୍ ପ୍ୟାସେଞ୍ଜର ହଲ୍ଟ ଠାରେ ଅମୃତ ଭାରତ ଷ୍ଟେସନ୍ ସ୍କିମ୍ ଅଧୀନରେ ବଡ଼ ଉନ୍ନୟନ କାର୍ଯ୍ୟ କରିବ | ଭୁବନେଶ୍ୱର ବିମାନବନ୍ଦର ସହିତ ପୁରୀକୁ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତାବ ଚାଲିଛି।
ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରିବା ପାଇଁ ବନ୍ଦେ ମେଟ୍ରୋ ଟ୍ରେନ୍ ମଧ୍ୟ ଯୋଜନା କରାଯାଇଛି |“ଅମୃତ ଭରତ ଷ୍ଟେସନ୍ ସ୍କିମ୍” ଅଧୀନରେ ବିକାଶ ପାଇଁ ଯୋଜନା କରାଯାଇଥିବା ରେଳ ଷ୍ଟେସନ ଗୁଡ଼ିକ ହେଉଛି ଲିଙ୍ଗରାଜ ରୋଡ୍,ପାଲାସା,କେନ୍ଦୁଝରଗଡ,ପାରାଦୀପ,ମଞ୍ଚେଶ୍ୱର, ଢେଙ୍କାନାଳ, ତାଳଚେର୍ ରୋଡ୍, ତାଳଚେର୍, ଅନଗୁଳ,ବାଲୁଗାଁ , ଛତ୍ରପୁର,ଇଚ୍ଛାପୁରମ୍, ମେରାମୁଣ୍ଡଳୀ, ସାକ୍ଷୀଗୋପାଳ, ରଘୁନାଥପୁର ଇତ୍ୟାଦି। ନୂଆ ଭୁବନେଶ୍ୱର,ଭଦ୍ରକ, ବ୍ରହ୍ମପୁର,ଜଖପୁରା – କେନ୍ଦୁଝର ରୋଡ,ଖୋର୍ଦ୍ଧାରୋଡ଼ର ବିକାଶ ପାଇଁ ମାଷ୍ଟର ପ୍ଲାନ ଆରମ୍ଭ ହୋଇଛି।ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଖୋର୍ଦ୍ଧାରୋଡ଼ ମଣ୍ଡଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରିଛି ଯେଉଁଥିରେ ନୂତନ ଭିତ୍ତିଭୂମି,ଦ୍ୱିଗୁଣିତ କାର୍ଯ୍ୟ, ନୂତନ ଲାଇନ,ନୂତନ ଷ୍ଟେସନ କୋଠା,ବନ୍ଦେ ଭାରତ ଏବଂ ବନ୍ଦେ ମେଟ୍ରୋ ଭଳି ନୂତନ ଟ୍ରେନ ଉପରେ ଧ୍ୟାନ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରେଳ ବ୍ୟବହାରକାରୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଆଧୁନିକ ମାଲ ପରିବହନ ସେବା ମଧ୍ୟ ଗ୍ରହଣ କରାଯିବ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ପଟ୍ଟନାୟକ ଏଡିଆରଏମ (ଓପି) ଅଶୋକ କୁମାର ଏଡିଆରଏମ (ଇନଫ୍ରା) ଆର.ପି. ଯାଦବ ସିନିୟର୍ ଡିଇଏନ୍ (କୋଓର୍ଡିନେଶନ) ଅମିତେଶ ଆନନ୍ଦ(ସିନିୟର୍ ଡିସିଏମ୍)ଏବଂ ଶ୍ରୀ ଅନିଲ କୁମାର ଏସ୍,ସିନିୟର୍ (ଡିଓଏମ୍)ପ୍ରମୁଖ ଉପସ୍ଥିତ ଥିଲେ ।