No Result
View All Result
୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ଉତ୍ତମ ଛାତ୍ରଛାତ୍ରୀ ଗଠନ ଦିଗରେ ଶିଶୁ ବିଦ୍ୟା ମନ୍ଦିର ମାନଙ୍କ ଦାନ ଅତୁଳନୀୟ ।ଗୁରୁଜୀ ଏବଂ ଗୁରୁମା ମାନଙ୍କର ସମର୍ପିତ ଭାବନା ହିଁ ଏହି ମଣିଷ ତିଆରି କାରଖାନାର ମୂଳ ଲକ୍ଷ୍ୟ ଅଟେ । ପିତା ମାତା ମାନଙ୍କର ମୂଳ ଲକ୍ଷକୁ ସାକାର କରି ମଣିଷ ଭଳି ମଣିଷ ହୋଇ ଜୀବନର ଅନେକ ସ୍ୱପ୍ନକୁ ସାକାର କରନ୍ତି ଆଜିର ଏହି କୋମଳ ମତି ଶିଶୁ ମାନେ । ଏଥି ପାଇଁ ଏହି ଅନୁଷ୍ଠାନ ମାନଙ୍କର ଦାନ ଅତୁଳନୀୟ । ୩୨ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂ ଦେଓ ମାର୍ଗ ଦର୍ଶନ କରିଥିଲେ ।
ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଅରୁଣ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି । ଅତିଥି ମାନଙ୍କ ଦ୍ୱାରା ଏ ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କଲାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଞ୍ଚରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାନେତ୍ରୀ ବନିତା ମିଶ୍ର ଓ ସଂପାଦକ ସୁମନ୍ତ ପୁଝାରି ଉପସ୍ଥିତ ଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବୁଦ୍ଧ ନାୟକଙ୍କ ନେତୃତ୍ୱରେ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ସୁ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result