ସୁସ୍ଥ ସମାଜ ଗଠନ କରିବାକୁ ହେଲେ ପ୍ରଥମେ ନିଜ ଭିତରେ ପରିବର୍ତ୍ତନ ଏବଂ ସଂସ୍କାର ଆଣିବାକୁ ଅନାଦି ପରାମର୍ଶ ଦେଇଥିଲେ l ଆଉ ମଧ୍ୟ୍ୟ କହିଥିଲେ କି ସମସ୍ତେ ନିଜ ନିଜ ଭିତରେ ଉପୁଜୁଥିବା ଅଶାନ୍ତି ଯଥା କଳି କୁ ଆପୋଷ ବୁଝାମଣା ରେ ସମାଧାନ କରନ୍ତୁ କାରଣ “କେହି କାହାକୁ ବୁଝାଇବା କାହାର ନାହିଁ ଶକତି, ଆପେ ବୁଝି ଗଲେ ତୁଟି ଯାଏ ତା ଭ୍ରାନ୍ତି ” ବୋଲି ଅନାଦି କହିଥିଲେ l
ଅନାଦି ଙ୍କ ସମାଜ ଶୃଙ୍ଖଳା ଏବଂ ଶାନ୍ତି ପ୍ରତିଷ୍ଠା ର ଏହି ପ୍ରୟାସ କୁ ଅଞ୍ଚଳ ର ଜ୍ଞାନୀ ଗୁଣି ପଣ୍ଡିତ ଏବଂ ସାଧାରଣ ବର୍ଗ ର ବ୍ୟକ୍ତିବିଶେଷ ସ୍ୱାଗତ ଜଣାଇଛନ୍ତି ଏବଂ ଅନାଦି ଙ୍କ ବିଚାର ଏବଂ ଲକ୍ଷ୍ୟ ସହିତ ଜଡିତ ହେବାକୁ ଆହ୍ୱାନ ଦେଇଛନ୍ତି l ବାବାଙ୍କର ପରାମର୍ଶ ଓ ଆଦର୍ଶକୁ ଅଞ୍ଚଳବାସୀ ଭୂଇୟଂସୀ ପ୍ରଶଂସା କରିଛନ୍ତି l ଏଥିରେ ଅଞ୍ଚଳର ବାବାଙ୍କ ଭକ୍ତ ସହ ବହୁ ଜ୍ଞାନୀ,ଗୁଣି ବ୍ୟକ୍ତି ମାନେ ଯୋଗ ଦେଇଥିଲେ l

© 2023 Odisha Taza News.