No Result
View All Result
୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଆହ୍ୱାନ କ୍ରମେ ଜଟଣୀର ଲୋକପ୍ରିୟ ଯୁବନେତା ତଥା ବିଜେପି ବିଧାୟକ ପାର୍ଥି ଶ୍ରୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ୩୧ ଗୋଟି ପଞ୍ଚାୟତ ଏବଂ ଜଟଣୀ ମୁନସିପାଲଟିରେ ଗଠିତ ୨୫୪ ଗୋଟି ବୁଥର ସମସ୍ତ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଚନ୍ଦକା ମଣ୍ଡଳ ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ବିଧାୟକ ପାର୍ଥି ବିଶ୍ବରଂଜନ ବଡ଼ଜେନା ଏବଂ ସାଂସଦ ଅପରାଜିତା ମହୋଦୟା ସମସ୍ତ କର୍ମୀ ଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନା ଗୁଡିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ଆଗାମୀ ଦିନରେ ଦଳପ୍ରତି ସାଧାରଣ ଜନତାଙ୍କ ସମର୍ଥନ ବଢାଇବା ନିମନ୍ତେ ଆହ୍ୱାନ ଦେଇଥିଲେ । ମାନ୍ୟବର ଜଶସ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଏବଂ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଭିନ୍ନ ପଞ୍ଚାୟତ ରୁ ଶତାଧିକ କଂଗ୍ରେସ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ବିଜେପି ଦଳରେ ସାମିଲ ହୋଇଥିଲେଏହି ଅବସରରେ ବିଜେପି ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ,ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର,ପୂର୍ବତନ ଜିଲ୍ଲା . ଉପସଭାପତି ଅଜୟ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡାକ୍ତର ବେହେରା, ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ ପଟନାୟକ,ଚନ୍ଦକା ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ,ସୋମନାଥ ମଣ୍ଡଳ ସଭାପତି ପ୍ରଦୋଷ ଜେନା, ଏମ୍ସ ମଣ୍ଡଳ ସଭାପତି ପ୍ରକାଶ ପାତ୍ର,ଉତ୍ତର ଖୋର୍ଦ୍ଧା ମଣ୍ଡଳ ସଭାପତି ସଂଗ୍ରାମ କେଶରୀ ସାମନ୍ତ ସିଂହାର, ଜଟଣୀ ନଗର ସଭାପତି ଲିଟୁ ରଞ୍ଜନ ରାଉତରାୟ, ଜଟଣୀ କାର୍ଯ୍ୟ ନିର୍ବାହୀ ସତୀଶ ଶର୍ମା,ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ଭଞ୍ଜଦେଓ,ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା,ସମସ୍ତ ପଞ୍ଚାୟତ ପ୍ରମୁଖ,ବୁଥ ସ୍ତରୀୟ ନେତୃତ୍ୱ ଏବଂ ୫ ହଜାର ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଗାମୀ ଦିନରେ ଦଳକୁ ତୃଣମୂଳ ସ୍ତରରେ ଆହୁରି ସଶକ୍ତ କରିବାକୁ ଶପଥ ନେଇଥିଲେ ।
No Result
View All Result