୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସତ୍ୟ, ଅହିଂସା ଓ ଶାନ୍ତିର ପୂଜାରୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ନେତା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ମହାପ୍ରୟାଣ ଦିବସ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଦଳୀୟ କର୍ମୀମାନେ ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ସୋମବାର ସକାଳ ୯ ଘଟିକା ସମୟରେ ଚନ୍ଦ୍ରଶେଖରପୁରସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ସେଠାରେ ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ବେହେରା ଦେଶରେ ମୌଳବାଦ, ଧର୍ମାନ୍ଧତା, ବେକାରୀ, ଦରଦାମ ବୃଦ୍ଧି ଓ ସାମ୍ପ୍ରଦାୟକତା ବିରୁଦ୍ଧରେ ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଯୁବ ସଭାପତି ସୁବ୍ରତ ଲେଙ୍କା, ଯୁବନେତା ଦେବାଶିଷ ମହାପାତ୍ର ଓ ବରିଷ୍ଠ ନେତା ବିଜୟ ବେହେରା ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।