ଉକ୍ତ ଟୁର୍ନାମେଣ୍ଟରେ ମ୍ୟାନ ଅଫ ଦି ସିରିଜ ଦୀପକ କୁମାର ଜେନା ଓ ମ୍ୟାନ ଅଫ ଦି ମ୍ୟାଚ ଲିଙ୍ଗରାଜ ବେହେରା ହୋଇଥିଲେ lମୁଖ୍ୟ ଅତିଥି ଭାବେ ଚିଲିକାରାଣୀ ଇଂଲିଶ ମିଡ଼ିୟମ ସ୍କୁଲର ଶିକ୍ଷକ ମନୋରଞ୍ଜନ ମିଶ୍ର ଉଦଘାଟନ କରିଥିବା ବେଳେ ବାଲୁଗାଁ ଜୀବନ ବୀମା ଶାଖାର ଚେୟାରମ୍ୟାନ କ୍ଳବ ସଦ୍ୟସ ତଥା ଅଭିକର୍ତ୍ତା ସଂଘର ସମ୍ପାଦକ ରତିକାନ୍ତ ସାହୁ ଉଦଯାପନୀ ଉତ୍ସବରେ ଯୋଗ ଦେଇ ବିଜେତା ଦଳକୁ ପୁରସ୍କାର ସ୍ୱରୂପ ନଗଦ 7000 ଟଙ୍କା ସହ ଟ୍ରଫି ଓ ଉପବିଜେତା ଦଳକୁ ନଗଦ 5000 ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ଉକ୍ତ ଖେଳକୁ ଶଙ୍କର ନାୟକ ଓ ରବୀନ୍ଦ୍ର ସ୍ୱାଇଁ ପରିଚାଳନା କରିଥିବାବେଳେ ଆୟୋଜକ ଦଳ ସଦସ୍ୟ ମାନେ ସହଯୋଗ କରିଥିଲେ l

© 2023 Odisha Taza News.